ଓଡିଶା

odisha

ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ

By

Published : Jan 3, 2023, 9:53 AM IST

ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 36 ଟି ଷ୍ଟେସନର ଉନ୍ନତିକରଣ କରିବା ସହ ତିନୋଟି ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ଯୋଜନା ରଖିଛି। ଅଝିକ ପଢନ୍ତୁ

East Coast Railway
East Coast Railway

ଭୁବନେଶ୍ବର: ପଣ୍ୟ ବୋଝେଇ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାକୁ ଯୋଜନା କରିଛି। ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 232.13 ମିଲିୟନ ଟନକୁ ଚଳିତ ବର୍ଷ ଭଲ ବ୍ୟବଧାନରେ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ପୂର୍ବତଟ ରେଳପଥ। ଚଳିତ ଆର୍ଥିକ ବର୍ଷର ଡିସେମ୍ବର 2022 ପର୍ଯ୍ୟନ୍ତ 175.32 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 169.39 ନିୟୁତ ଟନ ତୁଳନାରେ 5.93 ନିୟୁତ ଟନ ଅଧିକ ପଞ୍ଜିକରଣ କରି 3.5 ପ୍ରତିଶତ ଅଭିବୃଦ୍ଧି ଆଣିପାରିଛି ।

ମାଲ ପରିବହନ ଆୟ ଦୃଷ୍ଟିରୁ, ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ 14247.88 କୋଟି ଆୟ କରିଛି, ଯାହା 13134.98 କୋଟି। ଗତ ଆର୍ଥିକ ବର୍ଷ ତୁଳନାରେ 8.47 ପ୍ରତିଶତ ବୃଦ୍ଧି ପଞ୍ଜିକରଣ କରି 1112.9 କୋଟି ଟଙ୍କା ବୃଦ୍ଧି କରିଛି । ଯାତ୍ରୀ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ଡିସେମ୍ବର 2022 ସୁଦ୍ଧା 53.11 ନିୟୁତ ଯାତ୍ରୀ ପରିବହନ କରିଛି । ଯାହା ଗତ ଆର୍ଥିକ ବର୍ଷର 21.37 ମିଲିୟନ ତୁଳନାରେ 148.5 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକରଣ କରିଛି । ଯାତ୍ରୀମାନଙ୍କଠାରୁ ଆୟ କ୍ଷେତ୍ରରେ ପୂର୍ବତଟ ରେଳପଥ 82.17 ପ୍ରତିଶତ ବୃଦ୍ଧି ହୋଇଥିବା ପଞ୍ଜିକରଣ କରି ଗତ ବର୍ଷର ଆୟ 770.45 କୋଟି ତୁଳନାରେ ଚଳିତ ବର୍ଷ 1403.58 କୋଟି ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ-ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ, ରାୟଗଡ଼ା ଆସିବେ ଆଉ ଗୋଟିଏ ଟିମ୍

ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ନୂତନ ଭିତ୍ତିଭୂମି ପୂର୍ଣ୍ଣ ବେଗରେ କାର୍ଯ୍ୟ ଚାଲୁ ରହିଛି। 36 ଟି ଷ୍ଟେସନର ଉନ୍ନତିକରଣ ସହିତ ତିନୋଟି ବିଶ୍ୱସ୍ତରୀୟ ଷ୍ଟେସନ୍ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପାଦନ ହୋଇ କାର୍ଯ୍ୟ ଆରମ୍ଭ କରାଯାଇଅଛି । ସମ୍ବଲପୁର-ଟିଟିଲାଗଡ ରେଳ ସେକ୍ସନର ଦୋହରୀକରଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯିବ। ଅନୁଗୁଳ-ତାଳଚେର ରୋଡ ବିଭାଗ (12 କିମି), ଅନୁଗୁଳ-ବଳରାମ (14 କିମି) କୋଇଲା କରିଡର କନେକ୍ଟିଭିଟି ପ୍ରୋଜେକ୍ଟ, ଶାଳଗାଁ-ରାଜଆଠଗଡ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ, ଶାଳଗାଁ-କପିଳାସ ରୋଡ, ଜଖପୁରା-ନୟାଗଡ଼ ଦୋହରୀକରଣ କାର୍ଯ୍ୟ ଚାଲୁ ରହିଛି ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ପ୍ରାଥମିକତା ଦେଇ ଏହାକୁ ଶୀଘ୍ର ଶେଷ କରିବା ପାଇଁ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପର ବିଛୁପାଲ୍ଲୀ ଓ ଝରତରଭା ମଧ୍ୟରେ 10.65 କିମି କାର୍ଯ୍ୟ ସମ୍ପନ୍ନ ହୋଇଛି । ମାର୍ଚ୍ଚ 2023 ସୁଦ୍ଧା ଖମ୍ବେଶ୍ୱରପାଲ୍ଲୀ-ଝରତରଭା ମଧ୍ୟରେ 11.40 କିଲୋମିଟର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ, ନୁଆଗାଓଁ-ଦଶପାଲା ମଧ୍ୟରେ 15.445 କିମି ରେଳ ଲାଇନ୍କୁ ଫେବୃଆରୀ 2023 ସୁଦ୍ଧା ଖୋର୍ଦ୍ଧା ରୋଡ ପାର୍ଶ୍ୱରୁ ଶେଷ ହେବାର ଯୋଜନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details