ଓଡିଶା

odisha

ସରିଲା ଡଟ ଫେଷ୍ଟ ଭୁବନେଶ୍ବର ଲାଇଭ, ଝୁମାଇଲେ ଅରୁଦ୍ବୀପ ଯୋଡ଼ି

By

Published : Jan 25, 2023, 11:10 AM IST

Updated : Jan 25, 2023, 12:24 PM IST

ସୁଖବିନ୍ଦର, ଅରୁଣିତା ଓ ପୱନଦ୍ବୀପଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ । ଓଡ଼ିଆ ଗୀତରେ ନାଚିଲେ ସଲମାନ । ଅଧିକ ପଢ଼ନ୍ତୁ

dot fest
ଡଟ ଫେଷ୍ଟ

ସରିଲା ଡଟ ଫେଷ୍ଟ ଭୁବନେଶ୍ବର ଲାଇଭ

ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସିଟି ଫେଷ୍ଟିଭାଲ ଡଟ ଫେଷ୍ଟ ଶେଷ ହୋଇଛି । ଦଶମ ତଥା ଅନ୍ତିମ ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା । ‘ନନ୍-ଷ୍ଟପ୍ ଭୁବନେଶ୍ୱର’ ବିଷୟବସ୍ତୁ ସହ ଭୁବନେଶ୍ୱର ଲାଇଭ୍ କନ୍ସର୍ଟ ଆୟୋଜନ କରାଯାଇଥିଲା । ୧୦ମ ଦିନରେ ପ୍ରସିଦ୍ଧ ସଙ୍ଗୀତକାର ସୁଖବିନ୍ଦର ସିଂହ, ଇଣ୍ଡିଆନ୍ ଆଇଡଲ ବିଜେତା ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲ ଯୋଗ ଦେଇ ତାଙ୍କ ଗୀତର ଯାଦୁରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଡ୍ୟାନ୍ସର ସଲମାନ ୟୁସୁଫ୍ ଖାନଙ୍କ ନାଚରେ ଭୁବନେଶ୍ବର ଲାଇଭ୍ କନ୍ସର୍ଟ ଶେଷ ହୋଇଛି ।

ଡଟ ଫେଷ୍ଟ ଭୁବନେଶ୍ବର ଲାଇଭର ଦଶମ ତଥା ଉଦଯାପନୀ ସନ୍ଧ୍ୟା ସଲମାନଙ୍କ ଗ୍ରୁପ ଆକ୍ଟ ଦ୍ବାରା ଆରମ୍ଭ ହୋଇଥିଲା । ପରେ ଇଣ୍ଡିଆନ୍ ଆଇଡଲ ବିଜେତା ପୱନଦୀପ ଓ ଅରୁଣୀତା ଲୋକପ୍ରିୟ ହିନ୍ଦୀ ଗୀତ ଗାଇ ଦର୍ଶନଙ୍କ ମନୋରଞ୍ଜନ କରିଥିଲେ। ‘ତୁମ ସାଥ୍ ହୋ’ ଗୀତରୁ ଅରୁଣୀତା ନିଜ ଗୀତ ପରିବେଷଣ ଆରମ୍ଭ କରିଥିଲେ । ପରେ ପରେ ‘ତୁ ହିରେ, ‘ଲଗ୍ ଯା ଗଲେ’ ଭଳି ଗୀତ ଗାଇଥିଲେ । ସେହିପରି ପୱନଦୀପ ‘ସାୟଦ’ ଗୀତରୁ ନିଜ ଆକ୍ଟ ଆରମ୍ଭ କରି ମଞ୍ଚକୁ ରୋମାଣ୍ଟିକ କରିଥିଲେ । ‘କେସେ ହୁଆ’, ‘ହୱାୟେଁ’, ‘ତୁ ଜୋ ମିଲା’ ଓ ‘ତେରି ମିଟ୍ଟି’ ଭଳି ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥିଲେ ପୱନଦୀପ ।

ଅରୁଣୀତା ଓ ପୱନଦୀପଙ୍କ ସଙ୍ଗୀତ ପରିବେଷଣ ପରେ ମଞ୍ଚରେ ସମସ୍ତ କଳାକାରଙ୍କୁ ମନ୍ତ୍ରୀ ଉଷା ଦେବୀ, ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ଅତିଥିମାନେ ସମ୍ବର୍ଦ୍ଧତ କରିଥିଲେ । ପରେ ସଲମାନଙ୍କ ଓଡ଼ିଆ ଗୀତ ‘ତୁ ମୋରି ଦୁନିଆ’ରେ ନାଚ ଦେଖିବାକୁ ମିଳିଥିଲା । ଶେଷରେ ମଞ୍ଚରେ ଚଢ଼ିଥିଲେ ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ସୁଖବିନ୍ଦର ସିଂହ । 'ରପ୍ତା ଯୋଗୀ' ଗୀତରୁ ଆରମ୍ଭ କରିଥିଲେ ପରିବେଷଣ । ପରେ ‘ଚକ୍ ଦେ ଇଣ୍ଡିଆ’, ‘ବିଡି ଜଲଇଲେ’, ‘କର ହର ମୈଦାନ ଫତେ’, ‘ଉଡି ଉଡି ଯାଏ’, ‘ମରଜାନୀ’, ‘କଭି ଆର୍ କଭି ପାର’, ‘ମନ୍ ଡୋଲେ ମେରା’, ‘ନି ମେ ୟାର ମନାନା ନି’ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ । ତାଙ୍କ ଗୀତର ତାଳେ ତାଳେ ପ୍ରଦର୍ଶନୀ ପଡ଼ିଆରେ ଉପସ୍ଥିତ ସମସ୍ତ ଦର୍ଶକ ନାଚିବାକୁ ଲାଗିଲେ । ‘ଜୟ ହୋ’ ଗୀତରେ ସୁଖବିନ୍ଦର କାର୍ଯ୍ୟକ୍ରମ ଶେଷ କରିଥିଲେ ।

ସନ୍ଧ୍ୟାରେ ଭୁବନେଶ୍ବର ଲାଇଭ ସହ ଅନ୍ତର୍ଜାତୀୟ ଖାଦ୍ୟ ମେଳା ଓ ନାଇଟ୍ ବଜାରର ମଜା ନେଇଥିଲେ ଦର୍ଶକ । ଅନ୍ତିମ ଦିନରେ ୧୫ ହଜାରରୁ ଊର୍ଦ୍ଧ୍ୱ ଭିଡ଼ ପରିଲିକ୍ଷିତ ହୋଇଥିଲା । ଶୀତୁଆ ସନ୍ଧ୍ୟାରେ ସୁଖବିନ୍ଦର, ପୱନଦୀପ, ଅରୁଣୀତା ଓ ସଲମାନ ନିଜ ପ୍ରଦର୍ଶନରେ ଦର୍ଶକଙ୍କୁ ମତୁଆଲା କରିଥିଲା । ସମସ୍ତ କଳାକାରଙ୍କ କଳା ପ୍ରଦର୍ଶନ ପରେ ଦର୍ଶକଙ୍କ କରତାଳି ଓ ସିଟିରେ ପଡ଼ିଆ ପ୍ରକମ୍ପିତ ହୋଇଉଠିଥିଲା ।

ଅନ୍ୟପଟେ ଏହି ଫେଷ୍ଟିଭାଲରେ ସୁଦୂର ରାୟଗଡ଼ା ସୁଖିବିନ୍ଦର ସିଂହଙ୍କ ଏକ ବଡ ପ୍ରଶଂସକ ଆସିଥିଲେ । ରମାକାନ୍ତ ନାୟକ ନାମକ ଏହି ଯୁବକ ତାଙ୍କ ପାଇଁ ଏକ ପେଣ୍ଟିଂ କରି ଆଣିଥିବା ଦେଖିବାକୁ ମିଳିଥିଲା । 2 ଦିନ ଧରି ସେ ଏହି ପେଣ୍ଟିଂ ନିଜ ହାତରେ ପ୍ରସ୍ତୁତ କରିଥିବା ବେଳେ ତାଙ୍କୁ ଦେବା ପାଇଁ ବେଶ ବ୍ୟଗ୍ର ଥିଲେ ଏବଂ ତାଙ୍କୁ ଲାଇଭ ଦେଖି ବହୁତ ଖୁସି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2023, 12:24 PM IST

ABOUT THE AUTHOR

...view details