ଓଡିଶା

odisha

ମହିଳା ସଂରକ୍ଷଣ ବିଲ୍‌କୁ ଗାଁ ଗାଁରେ ପ୍ରଚାର କରିବ ବିଜେପି: ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Sep 23, 2023, 10:21 PM IST

ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବା ପରେ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏହି ବିଲକୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଅଧିକ ପଢ଼ନ୍ତୁ

ମହିଳା ସଂରକ୍ଷଣ ବିଲ୍‌କୁ  ଗାଁ ଗାଁରେ ପ୍ରଚାର କରିବ ବିଜେପି
ମହିଳା ସଂରକ୍ଷଣ ବିଲ୍‌କୁ ଗାଁ ଗାଁରେ ପ୍ରଚାର କରିବ ବିଜେପି

ମହିଳା ସଂରକ୍ଷଣ ବିଲ୍‌କୁ ଗାଁ ଗାଁରେ ପ୍ରଚାର କରିବ ବିଜେପି

ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ ' ନାରୀଶକ୍ତି ବନ୍ଦନ ଅଧିନିୟମ ' ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବା ପରେ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏହି ବିଲକୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି । ତେବେ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବା ବିଜେପି । ଓଡ଼ିଶାର 50 ହାଜର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଧର୍ମେନ୍ଦ୍ର କହିଛନ୍ତି "ଲୋକସଭା, ରାଜ୍ୟସଭା ତଥା କେନ୍ଦ୍ରୀୟ କକ୍ଷର ନୂଆ ନାମକରଣ କରାଯାଇ ସମ୍ବିଧାନ ସଦନ ରଖାଗଲା। ଲୋକସଭାରେ ପ୍ରଥମ ଦିନ, ପ୍ରଥମ ଆଇନ ଭାବେ ମହିଳା ସଂରକ୍ଷଣ ବିଲକୁ ମୋଦି ସରକାର ଉପସ୍ଥାପିତ କରିଥିଲେ। ସମସ୍ତଙ୍କ ଦୃଷ୍ଟିକୋଣ ଅଲଗା ହୋଇଥାଇପାରେ। କିନ୍ତୁ ସବୁ ଦଳ ମତ ନିର୍ବିଶେଷରେ ସମର୍ଥନ କଲେ । ମାଆ ମାନଙ୍କୁ ସମ୍ମାନ ଦେବା ପାଇଁ ପଡିବ ହିଁ ପଡ଼ିବ । ରାଜ୍ୟସଭାରେ ମଧ୍ୟ ସବୁ ବାଧାବିଘ୍ନ ସତ୍ତ୍ୱେ 215 ସଭ୍ୟ ଏହାକୁ ସମର୍ଥନ କରିଛନ୍ତି।"

ତେବେ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି "ଲୋକସଭାରେ 81 ଜଣ ମହିଳା ସାଂସଦ ଅଛନ୍ତି । ମହିଳା ସଂରକ୍ଷଣ ଆଇନ ଲାଗୁ ହେଲେ ଏହା 182 କୁ ବୃଦ୍ଧି ହେବ । ସେହିପରି ଓଡ଼ିଶା ବିଧାନସଭାରେ 18 ଜଣ ମହିଳା ଅଛନ୍ତି । ଆଇନ ଲାଗୁ ହେଲେ ଏହା 50 ଜଣକୁ ବଢ଼ିବ। 2014 ମସିହା ମେ ଶେଷ ସପ୍ତାହରେ ମୋଦି ଏନଡିଏର ନେତା ନିର୍ବାଚିତ ହେବା ବେଳେ କହିଥିଲେ, ମହିଳା ମାନଙ୍କ ପାଇଁ ମୋଦି ସରକାର ସମର୍ପିତ ହେବ । ଅଢେଇ ମାସ ପରେ ଲାଲକିଲାରେ ଅଭିଭାଷଣ ଦେଲେ । ଝିଅ ପଢୁଥିବା ସ୍କୁଲ ଏବଂ ସବୁ ଘରେ ଶୌଚାଳୟ ହେଲା । ଦେଳରେ 11 କୋଟିରୁ ଅଧିକ ଶୌଚାଳୟ ହୋଇଛି । 4 କୋଟି ଘରେ ବିଜୁଳି, 10 କୋଟରୁ ଅଧିକ ଗ୍ୟାସ ସଂଯୋଗ, ବ୍ୟାଙ୍କ ଖାତା, ଜନଧନ ଖାତା, ମୁଦ୍ରା ଋଣ ସର୍ବାଧିକ ମହିଳା ମାନଙ୍କୁ ଦିଆଯାଇଛି । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ଋଣ ଦେଉଛନ୍ତି ମୋଦି ସରକାର।"

ଏହା ମଧ୍ୟ ପଢ଼ନ୍ତୁ....Parliament Special Session: ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

ତେବେ ପବିତ୍ର ଦୂର୍ଗାପୂଜା ଅବସରରେ ମୋଦି ସରକାରଙ୍କ ଏହା ବଡ ଉପହାର ଏବଂ ଏହି ଦାୟିତ୍ଵ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ଵାନ ଦେଇଛନ୍ତି ଧର୍ମେନ୍ଦ୍ର । 'ମୋଦି ହେ ତୋ ମୁନକିନ ହେ' ନାରା ଦେବା ସହ ନରେନ୍ଦ୍ର ମୋଦି ଦୀର୍ଘାୟୁ ହୁଅନ୍ତୁ ଏବଂ ବାରମ୍ବାର ଭାରତ ମାତାର ସେବା କରିବା ପାଇଁ ଜନ୍ମ ନିଅନ୍ତୁ ମୋଦି ବୋଲି କହିଛନ୍ତି ଧର୍ମେନ୍ଦ୍ର।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details