ଓଡିଶା

odisha

ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ଡାଏରୀ, ୯ ବର୍ଷ ତଳେ ହଇଚଇ ସୃଷ୍ଟି କରିଥିଲା ଶୁଭଙ୍କରଙ୍କ ଡାଏରୀ

By

Published : Dec 25, 2022, 8:48 AM IST

ଅର୍ଚ୍ଚନାଙ୍କ ହାତଲେଖାକୁ ସଂଗ୍ରହ କଲା କମିଶନରେଟ ପୋଲିସର ଏସଆଇଟି ଟିମ । ୯ ବର୍ଷ ତଳେ ସିସୋର ମାମଲାରେ ମିଡିଲମ୍ୟାନ ଶୁଭଙ୍କର ନାୟକଙ୍କ ଜବତ ଦୁଇଟି ଡାଏରୀ ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା ହଇଚଇ । ଅଧିକ ପଢନ୍ତୁ

archana nag hand written
archana nag hand written

archana nag hand written

ଭୁବନେଶ୍ବର:ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାଙ୍କୁ ଗିରଫ ପରେ ତାଙ୍କୁ ଘରୁ ଦୁଇଟି ଡାଏରୀ ଜବତ କରିଥିଲା ପୋଲିସ । ଏହି ଡାଏରୀରେ ଅନେକ କିଛି ଲେଖାହୋଇଥିବା ବେଳେ ଏହାକୁ ଅର୍ଚ୍ଚନା ଲେଖିଛନ୍ତି ନା ଆଉ କିଏ । ତାହା ଜାଣିବା ପାଇଁ ପୋଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଶନିବାର ଝାରପଡ଼ା ଜେଲରେ କମିଶନରେଟ ପୋଲିସର SIT ଟିମ ପହଞ୍ଚି ଅର୍ଚ୍ଚନାଙ୍କ ହସ୍ତଲେଖା ଆଣିଥିଲେ।ଯେଉଁଥିରେ ଅର୍ଚ୍ଚନାର ଦସ୍ତଖତ ସହ ଇଂରାଜୀ ଭାଷାରେ କିଛି ଲେଖା ସଂଗ୍ରହ କରାଯାଇଛି ।

ତେବେ ଡାଏରୀରେ ଅର୍ଚ୍ଚନାଙ୍କ ନାମ ନଥିବାରୁ ଯାଞ୍ଚ କରିବାକୁ କମିଶନରେଟ ପୋଲିସ କୋର୍ଟଙ୍କୁ ଅନୁମତି କ୍ରମେ ତଥ୍ୟ ସଂଗ୍ରହ କରିଛନ୍ତି। ଜବତ ଡାଏରୀ ଅର୍ଚ୍ଚନାଙ୍କର କି ନୁହେଁ ସେ ନେଇ ହ୍ୟାଣ୍ଡ ରାଇଟ ବ୍ୟୁରୋର ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କହିଛନ୍ତି ଖଣ୍ଡଗିରି ଥାନାଧିକାରୀ । ତେବେ ଏହି ଡାଏରୀର ଲେଖା ଯଦି ଅର୍ଚ୍ଚନାଙ୍କ ହସ୍ତାକ୍ଷର ସହ ମିଶିଯାଏ ତେବେ ଖୋଲିପାରେ ଅନେକ ବଡବଡିଆଙ୍କ ଗୁମର ।

ଅର୍ଚ୍ଚନା ଅନେକ ହେବିଓ୍ବେଟଙ୍କ ସହ ଯୋଗାଯୋଗରେ ଥିଲେ‌। ଏନେଇ କିଛି ଲୋକଙ୍କ ସହ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାର କିଛି ତଥ୍ୟ ନିଜ ଡାଏରୀରେ ଇଂରାଜୀରେ ଲେଖି ରଖୁଥିଲେ ଅର୍ଚ୍ଚନା। ଏପରିକି କେଉଁଠୁ କେତେ ଟଙ୍କା ଆଣିଛନ୍ତି, କିଏ କେତେ ଟଙ୍କା ଦେଲା ଆଉ କେତେ ଦେବାର ଅଛି । ତାଙ୍କର କାରବାର କାହା ସହ ରହିଥିଲା । ଏପରିକି କିଛି ହେଭିୱେଟଙ୍କ ମୋବାଇଲ ନମ୍ବର ମଧ୍ୟ ସେଥିରେ ଲେଖି ରଖୁଥିଲେ । ଅର୍ଚ୍ଚନାଙ୍କ ସମସ୍ତ କାରବାର ତଥ୍ୟ ସବୁ ଡାଏରୀରେ ଲୁଚାଇ ରଖୁଥିଲେ। ଏପରିକି ନିଜ ଡିଜିଟାଲ ଏଭିଡେନ୍ସର କିଛି ପାସ ଓ୍ବାର୍ଡ ମଧ୍ୟ ଲେଖି ରଖୁଥିଲେ । ଡାଏରୀ ଖୋଲିଲେ ଅନେକ ହେଭିୱେଟଙ୍କ ସହ ଅର୍ଚ୍ଚନାର ଥିବା କଳା କାରବାର ତଥ୍ୟ ମଧ୍ୟ ପଦାକୁ ଆସିପାରିବ। ତେଣୁ ଅର୍ଚ୍ଚନା ଏହି ଡାଏରୀ ଏବେ ଚର୍ଚ୍ଚାରେ ରହିଛି ।

୯ ବର୍ଷ ତଳେ ସିସୋର ମାମଲାର ରାଜ ଖୋଲିଥିଲା ଦୁଇଡି ଡାଏରୀ

ତେବେ ପୂର୍ବରୁ ମଧ୍ୟ ଏକ ଚର୍ଚ୍ଚିତ ଡାଏରୀ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ୯ ବର୍ଷ ତଳେ ନଭେମ୍ବର ୧୪ ତାରିଖରେ ସିସୋର ମାମଲାରେ ମିଡିଲମ୍ୟାନ ଶୁଭଙ୍କର ନାୟକଙ୍କ ଖାରବେଳ ନଗର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରେଡ ବେଳେ ଜବତ ହୋଇଥିଲା ଦୁଇଟି ଡାଏରୀ । ଯେଉଁ ଡାଏରୀ ରାଜ୍ୟ ରାଜନୀତି ଓ ପାଓ୍ବାର କରିଡ଼ର ଆଇଏଏସ୍ (IAS) ,ଆଇପିଏସ (IPS) ଓ କିଛି ବ୍ୟବସାୟୀ ପ୍ରତି ପତିଙ୍କ ମୁଖା ଖୋଲିଦେଇ ଥିଲା । ପୁଞ୍ଜି ସ୍କାମରେ ସିବିଆଇ ସିସୋର ଲିଙ୍କରେ ହୋଇଥିବା ଆର୍ଥିକ କାରବାରର ଚିଠା ଖୋଲୁ ଖୋଲୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ ପାଇବା ପରେ ରାଜ୍ୟରେ ଏକ ହଇଚଇ ସୃଷ୍ଟି କରିଥିଲା। Government of Odisha ୨୦୧୧ ଲେଖା ଥିବା ଡାଏରୀ ଓ କ୍ରିଷ୍ଣା 2009 ମସିହା ଲେଖା ଥିବା ଦୁଇ ଡାଏରୀରୁ ଯେଉଁଭଳି ତଥ୍ୟ ମିଳିଥିଲା, ତାହା ପାଓ୍ବାର କରିଡ଼ର ହେବିଓ୍ବେଟଙ୍କ ସହ ସିସୋରର ଆର୍ଥିକ କାରବାରର ଧିରେ ଧିରେ ପର୍ଦ୍ଦାଫାସ କରିଥିଲା କେନ୍ଦ୍ରୀୟ ସଂସ୍ଥା ସିବିଆଇ । ଅନେକଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା ।

ତେବେ ଅର୍ଚ୍ଚନାଙ୍କ ଜବତ ଦୁଇ ଡାଏରୀ ଆଗକୁ ସେପରି ହଇଚଇ ସୃଷ୍ଟି କରିବନି ତ । ପାଓ୍ବାର କରିଡର ଉପରେ ପଡିବନି ତ ପ୍ରଭାବ । କେଉଁ ବଡବଡିଆ ଓ ପ୍ରତିପତିଙ୍କ ନାମ ରହିଛି ଡାଏରୀରରେ । କାହାର ଖୋଲିବ ଗୁମର, କିଏ ପଡିବ ପୋଲିସ ପଞ୍ଝାରେ ଆଉ କିଏ ଖସିଯାଉଛି ତାହା ଅର୍ଚ୍ଚନାଙ୍କ ହାତ ଲେଖା ଯାଞ୍ଚ ପରେ ସାମ୍ନାକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details