ଓଡିଶା

odisha

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ବ୍ୟକ୍ତିଗତ ଆକ୍ରମଣ କରୁଛି ବିଜେଡି: ବିଜେପି

By

Published : Feb 6, 2023, 4:03 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ବିରୋଧି ବାରମ୍ବାର ଶାସକ ଦଳର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରୁଥିବା ବେଳେ ବିଜେଡି ମଧ୍ୟ ବିରୋଧିଙ୍କୁ ସମାଲୋଚନା କରୁଛି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ବଦଳରେ ଶାସକ ଦଳ ବ୍ୟକ୍ତିଗତ ଆକ୍ରମଣ କରୁଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିଛି ବିଜେପି । ଅଧିକ ପଢ଼ନ୍ତୁ

BJP Press Meet
ବିଜେପିର ସାମ୍ବାଦିକ ସମ୍ମିଳନୀ

ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଜୋର ଧରୁଛି ରାଜ୍ୟ ରାଜନୀତି । ଏହି ଘଟଣାରେ ବିରୋଧି ବାରମ୍ବାର ଶାସକ ଦଳର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ବିରୋଧିଙ୍କୁ ମଧ୍ୟ ସମାଲୋଚନା କରୁଛି ବିଜେଡି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ବଦଳରେ ଶାସକ ଦଳ ବ୍ୟକ୍ତିଗତ ଆକ୍ରମଣ କରୁଥିବା ଅଭିଯୋଗ କରି ବିଜେପି ନିନ୍ଦା କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ବିଗତ ଦିନରେ ସସ୍ମିତ ଲେଖିଥିବା ଏକ ଇଂରାଜୀ ଆର୍ଟିକିଲ୍ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ଟାର୍ଗେଟ କରିଛନ୍ତି ମନୋଜ । ଯେଉଁଥିରେ ବେଇମାନ ଲିଗାସୀ ଇନ୍ ନବୀନସ୍ ବିଜେଡି ବୋଲି ଶୀର୍ଷକରେ କେମିତି ବିଜେପି ପ୍ରତି ବିଜେଡି ବେଇମାନୀ କରିଛି, ତାହା ସସ୍ମିତ ସେଥିରେ ଉଲ୍ଲେଖ କରିଛନ୍ତି ବୋଲି ବିଜେପି କହିଛି । ଏହା ସହିତ ନବ ଦାସଙ୍କ ମାମଲାରେ ବେଇମାନୀ ହେବନାହିଁ ତ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ସେହିପରି କନ୍ଧମାଳ ଦଙ୍ଗା ବେଳେ ଜୁଡିସିଆଲ୍ କମିଶନ ଜଷ୍ଟିସ ବାସୁଦେବ ପାଣିଗ୍ରାହୀଙ୍କ ରିପୋର୍ଟ କେଉଁଠି ଏବଂ କାହିଁକି ତାକୁ ସାର୍ବଜନୀନ କରାଯାଉନି, ତାକୁ କାହିଁକି ଆଉ କିଏ ଚାପିଛି ସେ କଥାର ଉତ୍ତର ସସ୍ମିତ ପାତ୍ର ରଖିବେ କି ବୋଲି ପ୍ରଶ୍ନ କରିଛି ବିଜେପି ।

ସେହିଭଳି ବିଜେପି ନେତାମାନଙ୍କ ବିରୋଧରେ ଶାସକ ଦଳ ଅପରାଧିକ ମାମଲା ଆଣୁଥିବା ନେଇ ମନୋଜ କହିଛନ୍ତି, "ବିଧାୟକ ସୁଶାନ୍ତ ସିଂଙ୍କ ଉପରେ ମାମଲା ରହିଛି । ତାଙ୍କ ମାଳମାଳ ନେତାଙ୍କ ନାଁରେ ବି ମାମଲା ରହିଛି । ଛାତ୍ର ସଭାପତିଙ୍କ ବାପାଙ୍କ ନାଁରେ, କଟକ ଚୌଦ୍ବାର ବିଧାୟକଙ୍କ ବାପାଙ୍କ ନାଁରେ କେସ ରହିଛି । ବିଜେଡି ବିରୋଧି ଦଳ ନେତାଙ୍କୁ ଟାର୍ଗେଟ କରୁଛି, ହେଲେ ବିଜେଡିର କଣ କୌଣସି ନେତା ଜେଲ୍‌ ଯାଇନାହାନ୍ତି ? ନବ ଦାସଙ୍କ ହତ୍ୟାର ତଦନ୍ତର ଗତି କୁଆଡେ ବୁଝିବା କଷ୍ଟ । ତେଣୁ ବିରୋଧି ପ୍ରଶ୍ନ କଲେ ଜବାବ ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି । ଓଡ଼ିଶା ଜନ ସାଧାରଣ ଆଶା ରଖିଛନ୍ତି ତୁରନ୍ତ ତଦନ୍ତ ଶେଷ ହେଉ, ଦୋଷୀ ଦଣ୍ଡ ପାଉ ।" ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଭଳି ସରକାରଙ୍କୁ ଆକ୍ରମଣ କରିଥିଲେ, ତାଙ୍କୁ ସାଂସଦ ସସ୍ମିତ ପାତ୍ର ବ୍ୟକ୍ତିଗତ କୁତ୍ସାରଟନ କରିଥିବା ଅଭିଯୋଗ କରିଛି ବିଜେପି ।

ବିଜେପି ମୁଖପାତ୍ର କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ତଦନ୍ତ ଗତି କୁଆଡେ ବିଜେପି ଯେତେବେଳେ ପ୍ରଶ୍ନ କରୁଛି, ବିଜେଡି ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ରମଣ କରୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଲେ । କିନ୍ତୁ ବିଜେଡି ନେତା ସସ୍ମିତ ପାତ୍ର ଆଇନର ପାଠ ପଢାଉଛନ୍ତି । କନ୍ଧମାଳ ଦଙ୍ଗାର ରିପୋର୍ଟ କୁଆଡେ ଗଲା, ଏହାର ଉତ୍ତର ଦେବେ କି ସସ୍ମିତ ପାତ୍ର । ବିଜେଡି ନେତାଙ୍କ ନାଁରେ ମାଳମାଳ ମାମାଲ। ରହିଥିଲେ ମଧ୍ୟ ବିଜେପି ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ଷେପ କରେନି । ବିଜେଡି ସାଂସଦ ସସ୍ମିତ ପାତ୍ର କେବେ ଦିନେ ବିଜୁ ଜନତା ଦଳକୁ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ ।" ବିଜେପି କ୍ରାଇମ ତଦନ୍ତକୁ ସ୍ବାଗତ କରିଛି । ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ଓଡ଼ିଶା ହାଇକୋର୍ଟ ମନିଟରିଂ କରନ୍ତୁ । କିନ୍ତୁ ସିବିଆଇ ତଦନ୍ତ କରୁ ବୋଲି ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details