ଓଡିଶା

odisha

'୨୦୧୮ରୁ ରତ୍ନଭଣ୍ଡାର ଖୋଲିବା ନେଇ ହୋଇନି ବୈଠକ, ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ'

By

Published : May 9, 2023, 8:16 PM IST

Updated : May 9, 2023, 8:25 PM IST

ରତ୍ନ ଭଣ୍ଡାର ଖୋଲିବା ନେଇ ୨୦୧୮ରୁ ଆଜି ପର୍ଯ୍ୟନ୍ତ କୌଣସି ବୈଠକ ହୋଇନାହିଁ । ଏନେଇ RTI ତଥ୍ୟରୁ ଜଣାପଡ଼ିଛି ବୋଲି ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

BJP Pressmeet
BJP Pressmeet

'୨୦୧୮ରୁ ରତ୍ନଭଣ୍ଡାର ଖୋଲିବା ନେଇ ହୋଇନି ବୈଠକ, ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ'

ଭୁବନେଶ୍ବର:୨୦୧୮ରୁ ଆଜି ପର୍ଯ୍ୟନ୍ତ ୫ ବର୍ଷ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ବିଭାଗର କୌଣସି ବୈଠକ ହୋଇନାହିଁ । ଏନେଇ ଆରଟିଆଇ ତଥ୍ୟରୁ ଜଣାପଡିଛି ବୋଲି ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛି । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଇଥିବା ଅଧିକାରୀ ଜଣକ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଏଣୁ ତାଙ୍କୁ ଏହି ପଦରୁ ଅବ୍ୟାହତି ଦିଆଯାଇ ଆଉ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛି ବିଜେପି ।

ଗତ ୫ ବର୍ଷ ଭିତରେ ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗର କୌଣସି ବୈଠକ ହୋଇନଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ବୋଲି ବିଜେପି ଅଭିଯୋଗ ଆଣିଛି । ଆଇନ ବିଭାଗ ବି ମାନିଛି ୫ବର୍ଷ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ବୈଠକ ହୋଇନାହିଁ। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ ସରକାର। ରତ୍ନଭଣ୍ଡାର ଭିତର ଚାମ୍ବର କେବଳ ରାଜ୍ୟ ସରକାରଙ୍କ ସ୍ପେଶାଲ ଅର୍ଡରରେ ଖୋଲାଯାଇ ପାରିବ। ଏହା ଶ୍ରୀମନ୍ଦିରର ଏକଚାଟିଆ କ୍ଷମତା ଭିତରେ ଅନ୍ତର୍ଭୁକ୍ତ ନୁହେଁ ବୋଲି କହିଛି ବିଜେପି ।

ଏହା ବି ପଢନ୍ତୁ- Cyclone Mocha Update: ସନ୍ଧ୍ୟା ସୁଦ୍ଧା ଘନୀଭୂତ, କାଲି ବାତ୍ୟାର ରୂପ ନେବ

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସଙ୍କୁ ପଦରୁ ଅବ୍ୟାହତି କରିବା ଲାଗି ମଧ୍ୟ ଦାବି କରିଛି । ଏ ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, "ହାଇକୋର୍ଟରେ ଚାଲିଥିବା ମାମଲାରେ ରାଜ୍ୟ ସରକାର ନିଜେ ପକ୍ଷ ଭୁକ୍ତ । ଶ୍ରୀମନ୍ଦିର ପ୍ରଶାସନ ତାରିଖ ଘୁଞ୍ଚେଇ ଚାଲିଛି । ହେଲେ ସତ୍ୟପାଠ ଦାଖଲ ଘୁଞ୍ଚାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ସମୟ ବିଷୟରେ ମଧ୍ୟ ଆଇନ ବିଭାଗ ଜାଣିନାହିଁ । ଯଦି ଆଇନ ବିଭାଗ ଜାଣିନାହିଁ ଏ ସରକାର କିଏ ଚଳାଉଛି ? ଏଠି ସରକାର ଜୀବନ୍ତ ନା ପକ୍ଷାଘାତରେ ଆକ୍ରାନ୍ତ।"

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଚାପରେ ଶ୍ରୀମନ୍ଦିର ପ୍ରଶାସନ ନିଯୁକ୍ତି କଲେ ସରକାର ହେଲେ ବିଛାଖଣ୍ଡି ପାହାଡ଼ ଲୁଟରେ ସମ୍ପୃକ୍ତ ଥିବା ରଞ୍ଜନ କୁମାର ଦାସଙ୍କ ନାମରେ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ଲେଖିକି ଦେଇଛି । ସନ୍ଦେହ ହେଉଛି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବା ପାହାଡ଼ର କିଛି କଳା ମୁଗୁନି ପଥର ଲୁଟ ଓ ଜମି ଲୁଟ ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର ।" ଦୁର୍ନୀତିଗ୍ରସ୍ତ ଅଧିକାରୀ ରଞ୍ଜନ ଦାସଙ୍କୁ ହଟାଇ ଅନ୍ୟ ଦକ୍ଷ ଅଫିସରଙ୍କୁ ଶ୍ରୀମନ୍ଦିର ପ୍ରସାଶକ କରିବାକୁ ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 9, 2023, 8:25 PM IST

ABOUT THE AUTHOR

...view details