ଓଡିଶା

odisha

ବିଦେଶରେ ପାଳିତ ଉତ୍କଳ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ, ସାମିଲ ହେଲେ 8ଦେଶର ରାଷ୍ଟ୍ରଦୂତ

By

Published : Apr 30, 2023, 5:15 PM IST

Updated : Apr 30, 2023, 7:10 PM IST

ବିଦେଶ ମାଟିରେ ଓଡିଆ ବାହାରିନ ସମାଜ ପାଳିଲା ଉତ୍କଳ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ । ସାମିଲ ହେଲେ ପ୍ରମୁଖ ଦେଶର ରାଷ୍ଟ୍ରଦୂତ । ଅଧିକ ପଢନ୍ତୁ

Etv Bharat
Etv Bharat

ବିଦେଶରେ ପାଳିତ ଉତ୍କଳ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ

ଭୁବନେଶ୍ବର:ବିଦେଶରେ ବେଶ ଧୁମଧାମରେ ପାଳନ ହୋଇଛି ଉତ୍କଳ ଦିବସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ବାର୍ଷିକୀ । କାର୍ଯ୍ୟକ୍ରମକୁ ସ୍ମରଣୀୟ ଭାବେ ପାଳନ କରିଛି ବାହାରିନ ଓଡ଼ିଆ ସମାଜ । ବାହାରିନର ୱିଣ୍ଡହମ ଗ୍ରାଣ୍ଡ ହୋଟେଲର ଟ୍ରି ଅଫ୍‌ ଲାଇଫ୍‌ ଅଡିଟୋରିୟମରେ କାର୍ଯ୍ୟକ୍ରମକୁ ପାଳନ କରିଛି ଓଡିଆ ସମାଜ । ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଭିଡିଓ ବାର୍ତ୍ତା ସହିତ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମରେ ଭାରତ ସମେତ ଜାପାନ, କୋରିଆ, ନେପାଳ, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା, ବାଂଲାଦେଶ, ଆମେରିକା ପ୍ରମୁଖ ଦେଶର ରାଷ୍ଟ୍ରଦୂତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ବିଜେଡି ନେତା ତଥା ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଛନ୍ତି । ଅତିଥିଙ୍କୁ ଭାରତୀୟ ରାଷ୍ଟ୍ରଦୂତ ସ୍ବତନ୍ତ୍ର ଉପହାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ରାଷ୍ଟ୍ରଦୂତମାନଙ୍କ ସହ ବାହାରିନ ସମାଜ

ଏହା ବି ପଢନ୍ତୁ- ବିଦେଶରେ ଦେଶୀ ପର୍ବ, ବାହାରିନ ଓଡ଼ିଆ ସମାଜ ପାଳନ କରିବ ଉତ୍କଳ ଦିବସ

'ବାହାରିନ ଉତ୍କଳିକା' ନାମରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଛି । ଏହି ଅବସରରେ ବିଶ୍ବ ଓଡ଼ିଶାର ସାଧାରଣ ସମ୍ପାଦକ ମନୋଜ ମନ୍ମୟଙ୍କ ସମ୍ପାଦକୀୟ ବାର୍ତ୍ତା ମୁକ୍ତିଲାଭ କରିଛି । ନୃତ୍ୟ ଗୁରୁ ଶାଶ୍ବତ ଯୋଶୀ ବାହାରିନ ଓ ଓଡ଼ିଶା ସହିତ ଥିବା ସାଂସ୍କୃତିକ ବନ୍ଧନର ସ୍ମାରକୀ ସ୍ବରୂପ ଆରବୀ ଓ ଆଦିବାସୀ ଗୀତରେ ଓଡିଶୀ ଓ ବିଭିନ୍ନ ନୃତ୍ୟ ପରିବେଷଣ କରିଛନ୍ତି । ନୃତ୍ୟଶିଳ୍ପୀଙ୍କ ନୃତ୍ୟ ପ୍ରଦର୍ଶନ ଉପସ୍ଥିତ ସମସ୍ତ ଆନ୍ତର୍ଜାତିକ ଅତିଥିଙ୍କ ହୃଦୟ ଜିଣିଛି । ଏଥି ସହିତ ସେ ନବକଳେବର ନୃତ୍ୟ ପରିବେଷଣ କରି ଓଡ଼ିଆ ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି ।

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥିଗଣ

ଭାରତର ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ବାହାରିନ ଓଡ଼ିଆ ସମାଜର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଏବଂ ବାହାରିନ ଓଡିଆ ସମାଜକୁ ସେ ପ୍ରଶଂସା କରିଛନ୍ତି । ଏ ନେଇ ସେ କହିଛନ୍ତି, "ବିଦେଶୀ ମାଟିରେ ଆମର ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷା ତଥା ସଂରକ୍ଷଣ ପାଇଁ ବାହାରିନ ଓଡିଆ ସମାଜର ଅବଦାନ ପ୍ରଶଂସନୀୟ ।" ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ବାହାରିନରେ ଉତ୍କଳ ଦିବସ ପାଳନ କରୁଥିବାରୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି, "ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ବାର୍ଷିକୀ ଅବସରରେ ଉତ୍କଳ ଦିବସ ପାଳନ କରିବା ଅତ୍ୟନ୍ତ ଗର୍ବର ବିଷୟ । ଗତ ୨୬ ବର୍ଷ ଧରି ବାହାରିନ ଓଡିଆ ସମାଜ ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ, ଜଗନ୍ନାଥ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ହସ୍ତଶିଳ୍ପକୁ ବିଶ୍ବକୁ ଦେଖାଇବାକୁ ଚେଷ୍ଟା କରୁଛି । ସମସ୍ତ ଉତ୍କର୍ଷ, ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଅତ୍ୟନ୍ତ ଖୁସି ହୋଇଛନ୍ତି । ବାହାରିନ ଓଡ଼ିଆ ସମାଜକୁ ଅଶେଷ ପ୍ରଶଂସା କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 30, 2023, 7:10 PM IST

ABOUT THE AUTHOR

...view details