ETV Bharat / state

ବିଦେଶରେ ଦେଶୀ ପର୍ବ, ବାହାରିନ ଓଡ଼ିଆ ସମାଜ ପାଳନ କରିବ ଉତ୍କଳ ଦିବସ

author img

By

Published : Apr 27, 2023, 10:06 PM IST

ବିଦେଶରେ ପାଳନ ହେବ ଉତ୍କଳ ଦିବସ । ବାହାରିନ ଓଡ଼ିଆ ସମାଜ ଆସନ୍ତାକାଲି ଏହି ଦିବସ ପାଳନ କରିବାକୁ ଯାଉଥିବା ବେଳେ ରାଷ୍ଟ୍ରଦୂତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଅଧିକ ପଢନ୍ତୁ

Etv Bharat
Etv Bharat

ବାହାରିନ ଓଡ଼ିଆ ସମାଜ ପାଳନ କରିବ ଉତ୍କଳ ଦିବସ

ଭୁବନେଶ୍ବର: ବିଦେଶରେ ପାଳନ ହେବ ଦେଶୀ ପର୍ବ । ବାହାରିନରେ ପାଳନ ହେବ ଉତ୍କଳ ଦିବସ । ବାହାରିନ ଓଡ଼ିଆ ସମାଜ ଆସନ୍ତାକାଲି (ଶୁକ୍ରବାର) ଉତ୍କଳ ଦିବସ ପାଳନ କରିବାକୁ ଯାଉଛି । ଓଡ଼ିଆ ତଥା ଭାରତର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ବାହାରିନ ଓଡ଼ିଆ ସମାଜ ଉତ୍କଳ ଦିବସ ପାଳନ କରି ଆସୁଛନ୍ତି । ଏଥିପାଇଁ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତାକାଲି ଓଡ଼ିଶା ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ । ଏହି ଦିବସରେ ବାହାରିନ ଓଡ଼ିଆ ସମାଜ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବିଦେଶ ମାଟିରେ ଉଜ୍ଜୀବିତ କରିବାକୁ ଯାଉଛି । ଇଣ୍ଡୋ-ବାହାରିନର ୫୦ତମ ବନ୍ଧୁତ୍ବ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଉତ୍କଳ ଦିବସ ସମାରୋହରେ ବାହାରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଅଷ୍ଟ୍ରେଲିଆ, ଜାପାନ ସମେତ ୯ଟି ଦେଶର ରାଷ୍ଟ୍ରଦୂତ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କାର୍ଯ୍ୟକ୍ରମରେ ଓଡ଼ିଶାରୁ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ । ଏଥିପାଇଁ ସେ ମଧ୍ୟ ପତ୍ନୀଙ୍କ ସହ ବାହାରିନରେ ପହଞ୍ଚିଛନ୍ତି । ସେହିପରି ଆସନ୍ତାକାଲିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀ ତାଙ୍କର ଟିମ୍‌ ସହିତ ମଧ୍ୟ ବାହାରିନରେ ପହଞ୍ଚିଛନ୍ତି ।

ଏହା ବି ପଢନ୍ତୁ- Utkal Utsav: ଆମେରିକାରେ ପାଳନ ହେଲା ଉତ୍କଳ ଉତ୍ସବ

ବାହାରିନ ଓଡିଶା ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି, " ବିଦେଶ ମାଟିରେ ଆମେ ଉତ୍କଳ ଦିବସ ପାଳନ କରୁଛୁ । ଏହା ବାହାରିନ ଓଡ଼ିଆ ସମାଜ ପାଇଁ ଗର୍ବ ଓ ହସ ଉଲ୍ଲାସର ବିଷୟ । ଓଡ଼ିଆ ସମାଜ ବିଦେଶ ମାଟିରେ ଆମର କଳା, ସଂସ୍କୃତି, ପରମ୍ପରା ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛି ।" ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ବିଦେଶରେ ୨୬ ବର୍ଷ ହେଲା ବଜାୟ ରଖିଥିବାରୁ ଡ଼ ଅରୁଣ ପ୍ରହରାଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର । କାର୍ଯ୍ୟକ୍ରମ ଲାଗି ବାହାରିନ ଓଡ଼ିଆ ସମାଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।"

ସେପଟେ କାର୍ଯ୍ୟକ୍ରମ ନେଇ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ବତ ଯୋଶୀ କହିଛନ୍ତି, "ବିଦେଶରେ ବାହାରିନ ଓଡ଼ିଶା ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଉଥିବାରୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ପାଇଁ ମୁଁ ଏଠାକୁ ମୋ ଟିମ୍‌ ସହ ଆସିଛି । ଆମେ ଓଡ଼ିଶା ସଂସ୍କୃତିର ପ୍ରଚାରପ୍ରସାର କରିବୁ । ଏହି ସମାରୋହ ସମସ୍ତଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିବ ଏହା ଆଶା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.