ଓଡିଶା

odisha

ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ

By ETV Bharat Odisha Team

Published : Nov 15, 2023, 8:13 PM IST

ବିଜେଡି ସରକାରରେ ହସ୍ପିଟାଲରେ ଡାକ୍ତର ନାହାଁନ୍ତି, ସ୍କୁଲରେ ମାଷ୍ଟର ନାହାଁନ୍ତି କେବଳ ଆକ୍ଟର ଅଛନ୍ତି। ନବରଙ୍ଗପୁର ,ଜୟପୁରର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ। ଭିତ୍ତିଭୂମି ଠିକ ନାହିଁ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ
ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ

ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରୂପାନ୍ତରଣ ହେବ ସରକାରୀ ହସ୍ପିଟାଲ । ସାଧାରଣ ରୋଗୀ ଟିଏ ପାଇବ ଉତ୍ତମ ସ୍ବାସ୍ଥ୍ୟ ସେବା । ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ସେବାକୁ ନେଇ ହୋଇଛି ବଡ଼ ଘୋଷଣା । ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ଯୋଜନାକୁ ଦେଇଛନ୍ତି ସ୍ବୀକୃତି । ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହେଲା ଆମ ହସ୍ପିଟାଲ ଯୋଜନା । ହାତ ପାଆନ୍ତାରେ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା । ପ୍ରଥମ ବର୍ଷରେ ୧୪୯ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ କରିବେ ସରକାର । ମୋଟ ୧୮୫୮ଟି ସରକାରୀ ହସ୍ପିଟାଲର ହେବ ସୁଦୃଢ଼ୀକରଣ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ମୋଟ ୩୩୮୮ କୋଟି ଟଙ୍କା । ସରକାରଙ୍କ ଏଭଳି ଯୋଜନାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ସାରା ରାଜ୍ୟରେ ପର୍ଯ୍ୟାପ୍ତ ହସ୍ପିଟାଲ ନାହିଁ, ଭିତ୍ତିଭୂମି କଥା କହିଲେ ନସରେ । ସରକାରଙ୍କ ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ ।

ଏନେଇ କଂଗ୍ରେସ ବିଧାଯକ ତାରା ବାହିନୀପତି କହିଛନ୍ତି, "ବିଜେଡି ସରକାରରେ ହସ୍ପିଟାଲରେ ଡାକ୍ତର ନାହାଁନ୍ତି, ସ୍କୁଲରେ ମାଷ୍ଟର ନାହାଁନ୍ତି କେବଳ ଆକ୍ଟର ଅଛନ୍ତି । ନବରଙ୍ଗପୁର ,ଜୟପୁରର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ। ଭିତ୍ତିଭୂମି ଠିକ ନାହିଁ । ସ୍ବାସ୍ଥ୍ୟସେବା ପାଇବା ପାଇଁ ଜନସାଧାରଣ ବଡ଼ ଡାକ୍ତରଖାନାକୁ ଯାଉଛନ୍ତି । ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇବାରେ ଲୋକେ ଅତିଷ୍ଠ । ପୂର୍ବରୁ ବହୁ ଯୋଜନା କରିଛନ୍ତି ସରକାର । ମୋ କଲେଜ, ମୋ ସ୍କୁଲ , ବିଜୁ ଯୁବ ବାହିନୀ ହେଲେ ତାର ସ୍ଥାୟୀତ୍ବ ନାହିଁ। ଖାଲି ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଧୂଆଁବାଣ ମାରୁଛନ୍ତି ସରକାର । ସରକାରଙ୍କ ଦୁର୍ନୀତି ପାଇଁ ଲୋକେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କଲେଣି, ଏବେ କଂଗ୍ରେସ ମୁଁହା ଜନସାଧାରଣ ।"

Ama Hospital: ରୂପାନ୍ତରଣ ହେବ ୧୪୭ ହସ୍ପିଟାଲ, ଅକ୍ଟୋବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ

ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପିଏଚସି, ସିଏଚସି ଗୁଡିକ ରୂପାନ୍ତରଣ କରିବାକୁ ଯୋଜନା କରିଛନ୍ତି । ସେଥିପାଇଁ ଗତକାଲି ରାଜ୍ୟ କ୍ୟାବିନେଟରେ ଆମ ହସ୍ପିଟାଲ ଯୋଜନା ଅନୁମୋଦିତ ହୋଇଛି ।

ରାଜ୍ୟରେ ଏବେ ସରକାରୀ ହସ୍ପିଟାଲ ଗୁଡ଼ିକରେ ପ୍ରାୟ 15 ହଜାର 774 ସରକାରୀ ଡାକ୍ତର ପୋଷ୍ଟ ରହିଛି । ସେଥିମଧ୍ୟରୁ ବହୁ ସ୍ଥାନରେ ଡାକ୍ତର ନାହାଁନ୍ତି । ଓଡ଼ିଶାରେ ସାଢେ ଚାରିକୋଟି ଜନସଂଖ୍ୟା, ଜାତୀୟ ନିୟମ ଆଧାରରେ 1:1000 ଅର୍ଥାତ 1 ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା । ହେଲେ ଏବେ ରାଜ୍ୟରେ 1:2187 ତୁଳନାରେ ଡାକ୍ତର ଅଛନ୍ତି । ସାଢ଼େ ଚାରି କୋଟି ଲୋକଙ୍କ ପାଇଁ 46 ହଜାର ଡାକ୍ତର ଆବଶ୍ୟକତା ରହିଛି । ଏବେ ରାଜ୍ୟରେ ପ୍ରାୟ ୨୭ ହଜାର ଡାକ୍ତର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details