ଓଡିଶା

odisha

ଖୋର୍ଦ୍ଧାରେ ଓଲଟିଲା ନାରାୟଣୀ ବସ, 2 ମୃତ

By

Published : Aug 30, 2019, 7:13 PM IST

Updated : Aug 30, 2019, 8:04 PM IST

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ପୁବୁସାହିରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 25ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି ।

ଫାଇଲ ଫଟୋ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ପୁବୁସାହିରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 25ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବସ କଣ୍ଡକ୍ଟର ଓ ଅନ୍ୟ ଜଣେ ଯାତ୍ରୀ ଅଛନ୍ତି । ତେବେ ମୃତ ଯାତ୍ରୀଙ୍କ ପରିଚୟ ମିଳିନଥିବାବେଳେ ବସ୍‌ କଣ୍ଡକ୍ଟର ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମର ବକ୍ରତ ଅଲ୍ଲୀ ଖାନ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

ତେବେ ଆହତଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବାବଳେ ତନ୍ମଧ୍ୟରୁ 5 ଜଣ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ, ନାରାୟଣୀ ନାମକ ଏକ ବସ୍‌ ଭୁବନେଶ୍ବରରୁ କଳାପଥର ଆସୁଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 30, 2019, 8:04 PM IST

ABOUT THE AUTHOR

...view details