ଓଡିଶା

odisha

ନିଶା ଛଡ଼ାଇବେ କହି ଯୁବକଙ୍କୁ ପିଟି ପିଟି ମାରିଦେଲେ

By

Published : Mar 29, 2022, 11:20 AM IST

ନିଶା ନିବାରଣ ନାଁ ରେ ଯୁବକଙ୍କୁ ହତ୍ୟା। ନିଶା ନିବାରଣ କେନ୍ଦ୍ରକୁ ନେବା ନାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ଅତି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

murder case in keonjhar
ନିଶା ଛଡ଼ାଇବେ କହି ଯୁବକଙ୍କୁ ପିଟି ପିଟି ମାରିଦେଲେ

କେନ୍ଦୁଝର: ନିଶା ନିବାରଣ ନାଁରେ ଯୁବକଙ୍କୁ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ନିଶା ନିବାରଣ କେନ୍ଦ୍ରକୁ ନେବା ନାଁ ରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ଅତି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ।

ନିଶା ଛଡ଼ାଇବେ କହି ଯୁବକଙ୍କୁ ପିଟି ପିଟି ମାରିଦେଲେ

ଅଭିଯୋଗ ଅନୁଯାୟୀ ରାଙ୍କି ଗାଁର ସତ୍ୟବ୍ରତ ସ୍ବାଇଁଙ୍କ ୨୨ବର୍ଷର ପୁଅ ଆଦିତ୍ୟ ନାରାୟଣ ସ୍ବାଇଁ ସାଙ୍ଗମାନଙ୍କ ସହ ମିଶି ପ୍ରାୟତଃ ନିଶା ସେବନ କରେ । ସହରର ବବଲୁ ପାଢ଼ୀ ଓ ସ୍ବରୂପ ନାମକ ଦୁଇ ଜଣ ଯୁବକ ଆଦିତ୍ୟ ବାପାଙ୍କ ମନରେ ବିଶ୍ବାସ ଜନ୍ମାଇ ନିଶା ଛଡାଇ ଦେବାକୁ କହି ଗତ ୨୨ ତାରିଖ ଦିନ ଘରୁ ନେଇ ଯାଇଥିଲେ। କିନ୍ତୁ ଆଦିତ୍ୟ ଯିବାକୁ ଅମଙ୍ଗ ହେବାରୁ ତାଙ୍କୁ ପ୍ରବଳ ମାଡ ମାରି ମାରି ହତ୍ୟା କରିଥିଲେ। ହତ୍ୟା ଘଟଣାକୁ ଲୁଚାଇବାକୁ ଯାଇ ଦୁଇ ଯୁବକ ମୃତ ଦେହକୁ ନେଇ ଯଶିପୁରର ଏକ ଜଙ୍ଗଲରେ ଟାୟାର ସାହାଯ୍ୟରେ ଅତି ବୀଭତ୍ସ ଭାବରେ ପୋଡି ଦେଇଥିଲେ । ସେହି ସମୟରେ ଯଶିପୁର ପୋଲିସ ପୋଡା ମୃତଦେହକୁ ତଦନ୍ତ କରୁଥିଲା । ଅନ୍ୟପଟେ ପରିବାର ଲୋକ ପୁଅକୁ ନପାଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଗତକାଲି ଯଶିପୁର ପୋଲିସ ପହଞ୍ଚି ଟାଉନ ଥାନା ସହାୟତାରେ ଉକ୍ତ ୨ ଯୁବକଙ୍କୁ ତଦନ୍ତ କରିବା ପାଇଁ ଉଠାଇ ନେଇଛି । ସେଠାରେ ମିଳିଥିବା ପୋଡା ମୃତ ଦେହର ଅଂଶ ଓ କେନ୍ଦୁଝର ଟାଉନରେ ଥିବା ନିଖୋଜ ମାମଲାକୁ ନେଇ ତଦନ୍ତ କରୁଛି ଯଶିପୁର ପୋଲିସ। ଏହି ଘଟଣା ଜାଣିବା ପରେ ପରିବାର ଲୋକେ ଥାନା ପରିସରରେ ନ୍ୟାୟ ଅପେକ୍ଷାରେ ବସିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details