ଓଡିଶା

odisha

ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ

By ETV Bharat Odisha Team

Published : Sep 30, 2023, 8:45 AM IST

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ବାରା ଧରା ପଡିଥିବା ପୋଲିସ କର୍ମଚାରୀଙ୍କୁ ୪ ବର୍ଷ କାରାଦଣ୍ଡ ନିର୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ଲାଞ୍ଚ ନେବା ହେଲା କାଳ,  ଜେଲ ଗଲେ ଅବସରପ୍ରାପ୍ତ ପୋଲିସ ବାବୁ
ଲାଞ୍ଚ ନେବା ହେଲା କାଳ, ଜେଲ ଗଲେ ଅବସରପ୍ରାପ୍ତ ପୋଲିସ ବାବୁ

ଲାଞ୍ଚ ନେବା ହେଲା କାଳ, ଜେଲ ଗଲେ ଅବସରପ୍ରାପ୍ତ ପୋଲିସ ବାବୁ

କେନ୍ଦୁଝର:ଲାଞ୍ଚ ମାମଲାର ଆସିଲା ରାୟ । କେନ୍ଦୁଝର ସ୍ପେଶାଲ କୋର୍ଟ ଏକ ଲାଞ୍ଚ ନେବା ମାମଲାର ଶୁଣାଣି କରି ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ 4 ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଲାଞ୍ଚ ନେଇଥିବା ସରକାରୀ ବାବୁ ଜଣକ ହେଲେ କେନ୍ଦୁଝର ବାରିଆ ଥାନାର ପୂର୍ବତନ ଏଆଇସି କାଳୁ ଚରଣ ସ୍ୱାଇଁ । ତାଙ୍କୁ ୪ ବର୍ଷ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନାଦେୟ ହେଲେ ଅତିରିକ୍ତ ୨ ମାସ ଜେଲ ଦଣ୍ଡ ଭୋଗିବେ । ସ୍ପେଶାଲ୍ ଭିଜିଲାନ୍ସ କୋର୍ଟ ଜଜ୍ ରଶ୍ମିତା ଦଳେଇ ୪୭/୨୦୧୪ କେସ ନମ୍ବରର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୨୦୧୪ ମସିହାରେ କାଳୁଚରଣ ଉକ୍ତ ଥାନାରେ ଥିବା ସମୟର ଏକ ଘରୋଇ କଳିରେ ଅଭିଯୁକ୍ତ ମନୋରଞ୍ଜନ ନାଏକଙ୍କ ଠାରୁ ୨ ଥରରେ ୨୦ହଜାର ଟଙ୍କା ଲାଞ୍ଚ ନେଇଥିଲେ । ସେ ଜେଲରୁ ବେଲ ନେଇ କି ଆସିବା ପରେ ଘର ଲୋକଙ୍କ ନାଁରେ ଥିବା କେସ ହଟାଇବାକୁ ନେଇ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମନୋରଞ୍ଜନ ଏନେଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ପରେ ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ି ଜେଲ ଯାଇଥିଲେ ।

ହା ମଧ୍ୟ ପଢନ୍ତୁ...Vigilance Raid: ପନ୍ଦର ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କିରାଣୀ

କାଳୁ ଚରଣ ବାରିଆ ଥାନାରେ କାର୍ଯ୍ୟରତ ଥିବା ସମୟରେ ବାସୁଦେବପୂର ଗ୍ରାମର ସରସ୍ବତି ନାଏକ ଘରୋଇ କଳି ଅଭିଯୋଗରେ ନିଜ ସ୍ଵାମୀ ମନୋରଞ୍ଜନ ନାଏକଙ୍କ ଏବଂ ତାଙ୍କ ପରିବାର ଲୋକ ନାଁରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ଏଆଇସି କାଳୁ ଚରଣ ସ୍ୱାଇଁ ମନୋରଞ୍ଜନଙ୍କୁ ଥାନାକୁ ଡ଼ାକି ତାଙ୍କ ପରିବାର ଲୋକଙ୍କ ନାମ ଅଭିଯୋଗ ପତ୍ରରୁ କାଟି ଦେବା ପାଇଁ ପନ୍ଦର ହଜାର ତାଙ୍କ ମାଗିଥିଲେ ।

ଏହି ଟଙ୍କା ଦେବାରୁ ଏଆଇସି ମନୋରଞ୍ଜନଙ୍କ ପରିବାର ଲୋକଙ୍କୁ ଛାଡି କେବଳ ମନୋରଞ୍ଜନଙ୍କୁ ୨୦୧୪ ଅକ୍ଟୋବର ୨୧ରେ କୋର୍ଟକୁ ଚାଲାଣ କରିଥିଲେ । ପୁଣି ପୋଲିସ ଅଧିକାରୀ ଜଣକ ମନୋରଞ୍ଜନଙ୍କ କୋର୍ଟ ଡାଏରୀ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏହାପରେ ମନୋରଞ୍ଜନଙ୍କ ୨୦୧୪ ମସିହା ଅକ୍ଟୋବର ୩୦ ତାରିଖରେ ବେଲ ହୋଇଥିଲା । ଶେଷରେ ପରିବାର ଲୋକଙ୍କ ନାଁ ମାମଲାରୁ ପୁରା କାଟିବା ପାଇଁ ପୁଣି ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଉକ୍ତ ବ୍ୟକ୍ତି । ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏଆଇସି କାଳୁଚରଣ । କାଳୁ ଚରଣ ୨୦୧୭ ମସିହାରେ ପୋଲିସ ବିଭାଗରୁ ଅବସର ଗ୍ରହଣ କରିଥିଲେ ।

ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details