କେନ୍ଦୁଝର : ଆସନ୍ତାକାଲି ଠାରୁ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ବଜାରରେ ଦେଖିବାକୁ ମିଳିଛି ଲମ୍ବା ଭିଡ ।
ଲକଡାଉନ ପୂର୍ବରୁ ମଦ ଦୋକାନ ସାମ୍ନାରେ ଲାଇନ, ସିଲ କଲା ପ୍ରଶାସନ
ମଦ ଦୋକାନ ସାମ୍ନାରେ ଦେକିବାକୁ ମିଳୁଛି ଲମ୍ବା ଲାଇନ । କେନ୍ଦୁଝରରେ ଦୁଇ ମଦ ଦୋକାନକୁ ସିଲ କଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ...
ଲକଡାଉନ ପୂର୍ବରୁ ମଦ ଦୋକାନ ସାମ୍ନାରେ ଲାଇନ ,ସିଲ କଲା ପ୍ରଶାସନଲକଡାଉନ ପୂର୍ବରୁ ମଦ ଦୋକାନ ସାମ୍ନାରେ ଲାଇନ ,ସିଲ କଲା ପ୍ରଶାସନ
ସେସବୁ ଭିତରେ ଅତ୍ୟାଧିକ ଭିଡ଼ ପରିଲକ୍ଷିତ ହୋଇଥିଲା ମଦ ଦୋକାନ ଗୁଡିକରେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଖବର ପାଇବା ପରେ କେନ୍ଦୁଝର ସହରର ଦୁଇଟି ମଦ ଦୋକାନକୁ ସିଲ କରାଯାଇଛି । କରୋନାକୁ ନେଇ ଭିଡ଼କୁ ଚେକ କରାଯିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବା ନେଇ ସୂଚନା ଦେଇଛି ସ୍ଥାନୀୟ ପ୍ରଶାସନ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ