ଓଡିଶା

odisha

ନାକରେ କ୍ଷୀର ଢାଳି ଯୋଗରେ ମଗ୍ନ 8 ବର୍ଷୀୟ ବାଳକ

By

Published : Jun 21, 2020, 5:06 PM IST

ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କର ସୁସ୍ଥ ରୁହର ବାର୍ତ୍ତା ଦେଲେ କେନ୍ଦ୍ରପଡା ଜିଲ୍ଲା ଗରଦପୁରଠାରେ ଥିବା ପ୍ରଭୁଜୀ ଯୋଗ ବିଦ୍ୟା ମନ୍ଦିରର ଯୋଗ ଗୁରୁ କମଳ ପ୍ରସନ୍ନ ପାଣି । ଏଥିସହ ତାଙ୍କ ସାଢେ 8 ବର୍ଷୀୟ ପୁଅ ପ୍ରଭୁ ପ୍ରକାଶର ଯୋଗ ପ୍ରଦର୍ଶନ ବେଶ ଚିତ୍ତାକର୍ଷକ ଏବଂ ଶିକ୍ଷଣୀୟ । ଅଧିକ ପଢନ୍ତୁ...

Yoga benefits message by yoga teacher in kendrapada
'ଯୋଗ କର, ସୁସ୍ଥ ରୁହ'ର ବାର୍ତ୍ତା ଦେଲେ ପ୍ରଭୁଜୀ ଯୋଗ ବିଦ୍ୟା ମନ୍ଦିରର ଯୋଗ ଗୁରୁ

କେନ୍ଦ୍ରାପଡା: ରବିବାର ସାରା ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । ହେଲେ କୋରୋନାଜନିତ ଲକଡାଉନ କାରଣରୁ ବନ୍ଦ ରହିଛି କେନ୍ଦ୍ରପଡା ଜିଲ୍ଲା ଗରଦପୁରଠାରେ ଥିବା ପ୍ରଭୁଜୀ ଯୋଗ ବିଦ୍ୟା ମନ୍ଦିର । ଏହି ବିଦ୍ୟା ମନ୍ଦିରରେ ଯୋଗ ଗୁରୁ କମଳ ପ୍ରସନ୍ନ ପାଣିଙ୍କ ଉଦ୍ୟମ ପ୍ରଶଂସନୀୟ । ଏଥିସହ ତାଙ୍କ ସାଢେ 8 ବର୍ଷୀୟ ପୁଅ ପ୍ରଭୁ ପ୍ରକାଶର ଯୋଗ ପ୍ରଦର୍ଶନ ବେଶ ଚିତ୍ତାକର୍ଷକ ଏବଂ ଶିକ୍ଷଣୀୟ ।

'ଯୋଗ କର, ସୁସ୍ଥ ରୁହ'ର ବାର୍ତ୍ତା ଦେଲେ ପ୍ରଭୁଜୀ ଯୋଗ ବିଦ୍ୟା ମନ୍ଦିରର ଯୋଗ ଗୁରୁ

ପ୍ରଭୁଜୀ ଯୋଗ ବିଦ୍ୟା ମନ୍ଦିର ୭ରୁ ୭୦ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗ ଶିକ୍ଷା ଦିଆଯାଇଥାଏ । ହେଲେ ଲକଡାଉନ କାରଣରୁ ଏହା ଏବେ ବନ୍ଦ ରହିଥିଲେ ମଧ୍ୟ ଯୋଗ ଗୁରୁ କମଳ ପ୍ରସନ୍ନଙ୍କ ଉଦ୍ୟମ ଓ ପ୍ରେରଣାରେ ନିତିଦିନ ଏଠାକୁ କମ ସଂଖ୍ୟାରେ ଛାତ୍ରଛାତ୍ରୀ ଆସୁଛନ୍ତି । କିନ୍ତୁ ଏଠାକାର ଛାତ୍ରଛାତ୍ରୀ ସଂଖ୍ୟା 100ରୁ ଊର୍ଦ୍ଧ୍ବ ହେବ ।

ପଦ୍ମାସନ, ଅନୁଲମ-ବିଲମ, କପାଳଭାତି, ପ୍ରାଣାୟମ ସାଙ୍ଗକୁ ଏଠାରେ ଅଷ୍ଟ ଯୋଗାସନ ଓ ପ୍ରାଣାୟମ ଶିକ୍ଷା ଦିଅନ୍ତି କମଳ । ତେବେ 4 ବର୍ଷ ବୟସରୁ ଏହି ଯୋଗ ଶିକ୍ଷା କରିବାକୁ ଆସୁଥିବା ଜଣେ ଛାତ୍ରୀ ପୁନମର କହିବାନୁଯାୟୀ ସେ ଏଠାରେ ଯୋଗ ଶିକ୍ଷା କରିବା ଦିନଠାରୁ ତାଙ୍କ ଶରୀରରେ କୌଣସି ରୋଗ ଦେଖାଯାଇନାହିଁ । ସେ ସଦା ନିରୋଗ ରହିବା ସହ ଯୋଗର ଆବଶ୍ୟକତା ସମ୍ବନ୍ଧରେ ଅନ୍ୟକୁ ବୁଝାଉଛନ୍ତି ।

ସେହିପରି କମଳଙ୍କ ୮ ବର୍ଷର ପୁଅ ପ୍ରଭୁ ପ୍ରକାଶ ଏହି ଯୋଗ ମନ୍ଦିରର ଛାତ୍ର । କିନ୍ତୁ ନିଜ ଚମତ୍କାର ଯୋଗ ଦ୍ବାରା ସେ ଅନ୍ୟଙ୍କ ପାଇଁ ଏବେ ଉଦାହରଣ ସୃଷ୍ଟି କରିଛନ୍ତି । ଦୀର୍ଘ ଦିନ ଧରି ଶ୍ବାସ, ଥଣ୍ଡା ଓ ଜ୍ବରରେ ପୀଡିତ ଥିବା ପ୍ରଭୁ ପ୍ରକାଶ ଯୋଗ ଓ ପ୍ରାଣାୟାମ ଦ୍ବାରା ଏବେ ନିରୋଗ ଜୀବନଯାପନ କରୁଛନ୍ତି । ଜନ୍ମରୁ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କାର ଔଷଧ ଖାଇ ବଞ୍ଚିବାକୁ ସଂଗ୍ରାମ କରୁଥିବା ପ୍ରଭୁ ପ୍ରକାଶ ଗତ 4 ମାସ ହେବ ଯୋଗାଭ୍ୟାସ କରିବା ପରେ ବର୍ତ୍ତମାନ ତାଙ୍କୁ ଆଉ ଔଷଧ ଖାଇବାକୁ ପଡୁନଥିବା କହିଛନ୍ତି ।

ତେବେ ସମସ୍ତ ମଣିଷ ଯୋଗ କରିବା ଆବଶ୍ୟକତା ରହିଛି । ଏହାଦ୍ବାରା ଶରୀର ନିରୋଗ ରହିଥାଏ ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି ଯୋଗ ଗୁରୁ କମଳ ପ୍ରସନ୍ନ ପାଣି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details