ଓଡିଶା

odisha

ଗଞ୍ଜେଇ କାରବାର କରୁଥିଲେ ବି.ଟେକ୍‌ ଛାତ୍ର, ବାନ୍ଧିଲା ଅବକାରୀ ବିଭାଗ

By

Published : May 5, 2023, 4:01 PM IST

ଗଞ୍ଜେଇ ଚୋରାଚାଲାଣ କରି ଗିରଫ ହେଲେ ବି ଟେକ ଛାତ୍ର । ଚଡେଇଗୁଆଁ ଗ୍ରାମରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

huge quantity of cannabis seized from kendrapara
huge quantity of cannabis seized from kendrapara

ଗଞ୍ଜେଇ କାରବାର କରୁଥିଲେ ବି.ଟେକ୍‌ ଛାତ୍ର

କେନ୍ଦ୍ରାପଡା:ପାଠ ପଢିଛନ୍ତି ବି.ଟେକ । କିନ୍ତୁ ବିଳାଶପୂର୍ଣ୍ଣ ଜୀବନ ବିତାଇବାକୁ ଗଞ୍ଜେଇ ଚୋରାଚାଲାଣ ରାସ୍ତାକୁ ବାଛି ନେଇଥିଲେ । ଉଚ୍ଚ ଶିକ୍ଷିତ ହୋଇ ଟଙ୍କା ରୋଜଗାର ପାଇଁ ଏପରି ପନ୍ଥା ଆପଣାଇଥିଲେ ଯୁବକ । ଆଉ ଏବେ ପୋଲିସ ହାତରେ ଧରାପଡି ଜେଲ୍‌ ଯାଇଛନ୍ତି । କେନ୍ଦ୍ରାପଡା ଅବକାରୀ ବିଭାଗ ଓ ମହାକାଳପଡ଼ା ପୋଲିସର ମିଳିତ ଚଢ଼ାଉ କରି ଏହି ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛି ପ୍ରଭାତ ସାହାଣୀ ।

ଏହା ମଧ୍ୟ ପଢନ୍ତୁ-କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ସହାୟତା, ଉପକୃତ ହେବେ ୮ ଲକ୍ଷ

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଚଡେଇଗୁଆଁ ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଅବକାରୀ ବିଭାଗ ନିକଟରେ ଖବର ରହିଥିଲା। ପ୍ରଭାତ ସାହାଣୀ ଏହି ଗ୍ରାମରେ ଗଞ୍ଜେଇ ବ୍ୟବସାୟ କରୁଥିଲେ । ଏଠାରୁ ବିଭିନ୍ନ ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିଲେ । ଅନେକ ସମୟରେ ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ଅଭିଯୁକ୍ତ ଜଣଙ୍କ । କିନ୍ତୁ ଗତକାଲି ରାତିରେ କେନ୍ଦ୍ରାପଡା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଟିମ୍‌ ମହାକାଳପଡା ପୋଲିସର ମିଳିତ ସହଯୋଗରେ ଚଡେଇଗୁଆଁ ଗ୍ରାମରେ ଚଢାଉକରି ଚାରି ବସ୍ତା ଗଞ୍ଜେଇ ଜବତ କରିଥିଲା। ଏଥି ସହିତ ପ୍ରଭାତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।

ଏହା ମଧ୍ୟ ପଢନ୍ତୁ-ଚୋର ସନ୍ଦେହରେ ଯୁବକଙ୍କୁ ପୋଲିସର ନିସ୍ତୁକ ମାଡ ଅଭିଯୋଗ, ଥାନାର ଦ୍ବାରସ୍ଥ ହେଲେ ପୀଡିତ ପରିବାର

ତେବେ ଜବତ ଗଞ୍ଜେଇର ପରିମାଣ କୋଡିଏ କିଲୋରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି । ଗିରଫ ଅଭିଯୁକ୍ତ ଜଣଙ୍କ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରୁ ବି.ଟେକ୍‌ ପାସ କରିଥିବା ଜଣାପଡ଼ିଛି । ଦାମୀ ଗାଡି ଚଢ଼ିବା ସାଙ୍ଗକୁ ମଉଜ ମଜଲିସ କରିବା ପ୍ରଭାତର ସଉକ ଥିଲା । ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ଉପାୟରେ ଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିଲା ଅଭିଯୁକ୍ତ । ଗତ କିଛି ମାସ ତଳେ ଦିଲ୍ଲୀ ପୋଲିସ ଏହି ଉଚ୍ଚଶିକ୍ଷିତ ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିବା ପାଇଁ ଯୋଜନା କରିଥିଲେ ମଧ୍ୟ ସେଠାରୁ ପ୍ରଭାତ ଖସି ଆସିଥିବା ସୂଚନା ଦେଇଛି ଅବକାରୀ ବିଭାଗ । ଅନ୍ୟପଟେ ପ୍ରଭାତର ଏହି ଗଞ୍ଜେଇ ନେଟୱାର୍କରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି । ତେବେ କେତେ ବର୍ଷ ହେବ ପ୍ରଭାତ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ସେନେଇ କିଛି ସୂଚନା ମିଳିପାରି ନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details