ଓଡିଶା

odisha

ଦାଦାନ ଖଟିବାକୁ ଯାଇ ଯୁବକ ମୃତ

By

Published : Nov 6, 2022, 1:32 PM IST

ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ର ପ୍ରଦେଶ । ଗ୍ରାମକୁ ଫେରିଲା ଯୁବକଙ୍କ ମୃତଦେହ । ଅଧିକ ପଢନ୍ତୁ

ଦାଦାନ ଖଟିବାକୁ ଯାଇ ଯୁବକ ମୃତ
ଦାଦାନ ଖଟିବାକୁ ଯାଇ ଯୁବକ ମୃତ

ଭବାନୀପାଟଣା:ଜିଲ୍ଲାରେ ଉଗ୍ର ରୂପ ନେଉଛି ଦାଦନ ପ୍ରଥା । ରୋଜଗାର ଆଶାରେ ଅନେକ ଅନ୍ୟ ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି । କିନ୍ତୁ ଅନେକ ସମୟରେ କିଏ ମୃତଦେହ ହେଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇ ଫେରୁଛି । ଦାଦନ ଖଟିବାକୁ ଯାଇଥିବାବେଳେ ମୂଷାପାଲି ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ହେଉଛନ୍ତି ଚନ୍ଦ୍ରମଣି ରାଉତ ।

ଦାଦାନ ଖଟିବାକୁ ଯାଇ ଯୁବକ ମୃତ

ପରିବାର ପ୍ରତିପୋଷଣ ଆଶାରେ ଗତ ବର୍ଷେ ତଳେ ସୁଦୂର ଆନ୍ଦ୍ରପ୍ରଦେଶ ରାଜ୍ୟର ନିଜାମବାଦକୁ ଦାଦନ ଖଟିବାକୁ ଯାଇଥିଲେ ଚନ୍ଦ୍ରମଣି । ସେଠାରେ ଶ୍ରମିକ ଭାବରେ ଏକ ଠିକା ସଂସ୍ଥାର କାମ ମଧ୍ୟ କରୁଥିବା ବେଳେ ଗତ ୨ ତାରିଖ ଦିନ କାମ କରୁଥିବାବେଳେ ସେ ହଠାତ ପଡି ଯାଇଥିଲେ । ଏହା ପରେ ସାଥି ଶ୍ରମିକ ଆମ୍ବୁଲାନ୍ସରେ ତାଙ୍କୁ ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ସାଥି ଶ୍ରମିକ ଚନ୍ଦ୍ରମଣିଙ୍କ ମୃତ ହୋଇଥିବା ନେଇ ସମ୍ପୃକ୍ତ ଠିକ ସଂସ୍ଥା ଓ ତାଙ୍କ ପରିବାରକୁ ଜଣାଇ ଥିଲେ । ପରେ ପରିବାର ଲୋକେ ଠିକା ସଂସ୍ଥା ମାଲିକକୁ ମୃତଦେହ ଗାଁକୁ ପଠାଇବା ପାଇଁ କହିବା ପରେ ମଧ୍ୟ ସମ୍ପୃକ୍ତ ଠିକ ସଂସ୍ଥା କୌଣସି ସାହାଯ୍ୟ କରିବା ପାଇଁ ସିଧାସଳଖ ମନା କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ବଡଦାଣ୍ଡରେ ବିପର୍ଯ୍ୟସ୍ଥ ଟ୍ରାଫିକ ବ୍ୟବସ୍ଥା, ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ

ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ପରିବାର ମୃତଦେହ କିଭଳି ଫେରାଇ ଆଣିବେ ସେ ଚିନ୍ତାରେ ଥିବାବେଳେ ଗାଁର କିଛି ବ୍ୟକ୍ତି ଆନ୍ଧ୍ର ପ୍ରଦେଶ ଯାଇ ସମ୍ପୃକ୍ତ ଠିକା ସଂସ୍ଥା ମାଲିକଙ୍କ ସହ ଆଲୋଚନା କରିବା ପରେ ଠିକା ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ଗାଁରେ ପୁଅର ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ସେପଟେ ପରିବାରର ଗୋଟିଏ ମାତ୍ର ରୋଜ ଗାରିଆପୁଅର ମୃତ୍ୟୁ ପରେ ଅସହାୟ ହୋଇ ପଡିଛନ୍ତି ପରିବାର। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେଲେ ମୃତ ଶ୍ରମିକଙ୍କ ପରିବାର କିଛି ଦିନ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details