ଓଡିଶା

odisha

ଜାମଜୋର ଗାଁରେ ଭାଲୁ ଆକ୍ରମଣ, ୩ ଗୁରୁତର

By

Published : Nov 14, 2022, 10:25 PM IST

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାମଜୋର ଗାଁରେ ଭାଲୁ ଆକ୍ରମଣ । ଧାନ କାଟିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଜାମଜୋର ଗାଁରେ ଭାଲୁ ଆକ୍ରମଣ, ୩ ଗୁରୁତର
ଜାମଜୋର ଗାଁରେ ଭାଲୁ ଆକ୍ରମଣ, ୩ ଗୁରୁତର

ଭବାନୀପାଟଣା :ଭାଲୁ ଆକ୍ରମଣରେ ୩ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାମଜୋର ଗାଁରେ ଭାଲୁ ଆକ୍ରମଣ (Bear attack in Kalahandi Jamjor village) । ଧାନ କାଟିବାକୁ ଯାଇଥିବା ବେଳେ ହଠାତ୍ ଭାଲୁ କରିଥିଲା ଆକ୍ରମଣ । ତେବେ ଲୋକେ ଭାଲୁକୁ ଦେଖି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ହେଲେ ଏହି ୩ଜଣ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ ।ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଜାମଜୋର ଗାଁରେ ଭାଲୁ ଆକ୍ରମଣ, ୩ ଗୁରୁତର

ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାମଜୋର ଗାଁର କିଛି ମହିଳା ଧାନ କାଟିବାକୁ ଗାଁ ମୁଣ୍ଡରେ ଥିବା ଚାଷ ଜମିକୁ ଯାଇଥିଲେ (Kalahandi Jamjor village)। ସେହି ସମୟରେ ହଠାତ ନିକଟସ୍ଥ ଏକ ଜଙ୍ଗଲରୁ ଭାଲୁ ଦୌଡି ଆସି ଜମିରେ କାମ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଏହାଦେଖି ସେଠାରେ କାମ କରୁଥିବା ବାକି ଲୋକେ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ ।

ହେଲେ ୨ ଜଣ ମହିଳା ଓ ଜଣେ ପୁରୁଷ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ । ଏହି ୩ଜଣଙ୍କୁ ଆକ୍ରମଣ କରିଥିଲା ଭାଲୁ(Bear attack 3 injured )। ଭାଲୁ ମହିଳାଙ୍କ ମୁହଁରେ ଆକ୍ରମଣ କରୁଥିବା ବେଳେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ପହଞ୍ଚି ଭାଲୁଟିକୁ ଘଉଡାଇଥିଲେ । ହେଲେ ସେତେବେଳକୁ ଭାଲୁ ୩ଜଣଙ୍କୁ ଆକ୍ରମଣ କରିସାରିଥିଲା ।

ଭାଲୁ ଆକ୍ରମଣରେ ଗୁରୁତରଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ କେସିଙ୍ଗା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ଜଣକ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ୩ଜଣଙ୍କ ମଧ୍ୟରୁ ସୁମିତ୍ରା ଗୌଡ଼ଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଦୁଇଜଣ ବୃନ୍ଦାବତୀ ଗୌଡ଼ ଏବଂ ଇମାଟିଆ ଗାଁର ଶରତ ମାଝୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି ।

ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଗାଁକୁ ଭାଲୁ ପଶି ଆସୁଥିବା ନେଇ ବନବିଭାଗ ନିକଟରେ ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରିଥିଲେ । ହେଲେ ବନବିଭାଗର ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details