ଓଡିଶା

odisha

ପ୍ରଧାନଶିକ୍ଷକଙ୍କ ମାଡ଼ରେ ପଞ୍ଚମଶ୍ରେଣୀ ଛାତ୍ର ଗୁରୁତର

By

Published : Nov 1, 2019, 2:24 PM IST

ପ୍ରଧାନଶିକ୍ଷକଙ୍କ ମାଡ଼ରେ ପଞ୍ଚମଶ୍ରେଣୀ ଛାତ୍ର ଗୁରୁତର ଅଭିଯୋଗ ହୋଇଛି । ଝାରସୁଗୁଡା ପୌରାଞ୍ଚଳ ଅନ୍ତର୍ଗତ ବାଲିଜୋରି ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ପ୍ରଧାନଶିକ୍ଷକ ମାଡ଼ରେ ଛାତ୍ର ଗୁରୁତର

ଝାରସୁଗୁଡା : ଗୋଟିଏ ପଟେ ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଝାରସୁଗୁଡାରେ ଦେଖାଦେଇଛି ବ୍ୟତିକ୍ରମ । ପ୍ରଧାନଶିକ୍ଷକ ମାଡ଼ରେ ପଞ୍ଚମଶ୍ରେଣୀ ଛାତ୍ର ଗୁରୁତର ହୋଇଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ବାଲିଜୋରି ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ଗୁରୁବାର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଲ ନାଏକ, ପଞ୍ଚମଶ୍ରେଣୀ ଛାତ୍ର ଶିବ ଧୁରୁଆକୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।ଏହା ଯୋଗୁଁ ଶିବର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଧାନଶିକ୍ଷକ ମାଡ଼ରେ ଛାତ୍ର ଗୁରୁତର

ଅନ୍ୟପଟେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଵିରୋଧରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ଶିବର ବାପା। ଏ ଘଟଣାରେ ପ୍ରଧାନ ଶିକ୍ଷକ ନିର୍ମଲ ନାଏକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଝାରସୁଗୁଡା ପୌରାଞ୍ଚଳ ଅନ୍ତର୍ଗତ ବାଲିଜୋରି ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଲ ନାଏକ ପଞ୍ଚମ ଶ୍ରେଣୀ ଛାତ୍ର ଶିବ ଧୁରୁଆ ମାଡ଼ ମାରିଥିବା ଥିବାର ଅଭିଯୋଗ ହୋଇଛି । ଶିବ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗୁରୁବାର ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଗୋଟିଏ ପଟେ ସରକାର ସ୍କୁଲ ପରିସରରେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡା ରେ ।
ଅନ୍ୟପଟେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଵିରୋଧ ରେ ଥାନା ରେ ଏତଲା ଦେବେ ବୋଲି ଶିବ ର ବାପା କହିଛନ୍ତି ।ଘଟଣା ବାବଦରେ ପ୍ରଧାନ ଶିକ୍ଷକ ନିର୍ମଲ ନାଏକ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ବାଇଟ:- ଅନନ୍ଦିନୀ ପାଢ଼ୀ , ଅଧକ୍ଷ , ଶିଶୁ ମଙ୍ଗଳ କମିଟି ।Body:।।।Conclusion:

ABOUT THE AUTHOR

...view details