ଓଡିଶା

odisha

ବିଳାସପୁର ରେଳ ଡିଭିଜନରେ ଉନ୍ନତିକରଣ ପାଇଁ ବରଗଡ଼ ସାଂସଦଙ୍କ ଦାବିପତ୍ର

By

Published : Sep 28, 2019, 2:37 PM IST

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦାବିପତ୍ର। ବିଳାସପୁର ଡିଭିଜନର ବିଭିନ୍ନ ଉନ୍ନତିକରଣ ପାଇଁ ଡ଼ିଭିଜନ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନକଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡ଼ା

ଝାରସୁଗୁଡ଼ା: ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ରେଳ ରହଣୀ ସ୍ଥାନ ଓ ଏହାର ଉନ୍ନତିକରଣ ପାଇଁ ବିଳାସପୁର ଡିଭିଜନ ହୋଇଥିବା ଆଲୋଚନାରେ ବରଗଡ଼ ସାଂସଦ ଦାବି ରଖିଛନ୍ତି । ଶୁକ୍ରବାର ବିଳାସପୁର ଡିଭିଜନ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ଜିଏମ କାର୍ଯ୍ୟାଳୟରେ ହୋଇଥିବା ଏକ ସଂସଦୀୟ ମଣ୍ଡଳ ବୈଠକରେ ସାଂସଦ ସୁରେଶ ପୂଜାରୀ ଦାବି ଉପସ୍ଥାପନା କରିଛନ୍ତି ।

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନ ବିଳାସପୁର ଡିଭିଜନ ଅଧିନରେ ଥିବାବେଳେ କେବଳ 3 ପ୍ରତିଶତ ବିଳାସପୁର ଡିଭିଜନରେ ରହିଛି । ତେବେ 3 ପ୍ରତିଶତ ରହିଥିବା ସତ୍ବେ ଡିଭିଜନରୁ 30 ପ୍ରତିଶତ ରାଜସ୍ବ ଆୟ ହେଉଥିବା ସାଂସଦ କହିଛନ୍ତି ।

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

ତେବେ ଏନେଇ ବିଭିନ୍ନ ଦିଗରେ ଉନ୍ନତି କରଣ ଶୀଘ୍ର କରିବା ସହ ଆବଶ୍ୟକତା ପଦକ୍ଷେପ ନେବାକୁ ବରଗଡ଼ ସାଂସଦ ବୈଠକରେ ଡିଭିଜନ କର୍ତ୍ତୃପକ୍ଷଙ୍କୁ ଦାବି ଉପସ୍ଥାପନ କରିଥିଲେ । ବିଭିନ୍ନ ଦାବି ଜଣାଇବା ପରେ ଏନେଇ ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସାଂସଦ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details