ଓଡିଶା

odisha

ଝାରସୁଗୁଡ଼ାରେ ନାହାନ୍ତି ସ୍କ୍ରବ୍ ଟାଇଫସ୍‌ ରୋଗୀ, ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ: DMO

By ETV Bharat Odisha Team

Published : Sep 13, 2023, 8:06 PM IST

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ । ସ୍କ୍ରବ୍ ଟାଇଫସ୍‌ ରୋଗ ମୁକାବିଲା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଅଧିକ ପଢନ୍ତୁ

ସ୍କ୍ରବ୍ ଟାଇଫସ୍‌ ମୁକାବିଲା ପାଇଁ  ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ  ପ୍ରସ୍ତୁତ
ସ୍କ୍ରବ୍ ଟାଇଫସ୍‌ ମୁକାବିଲା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସ୍କ୍ରବ୍ ଟାଇଫସ୍‌ ମୁକାବିଲା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଝାରସୁଗୁଡ଼ା:ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ ରିଚିଛି । ଧୀରେଧୀରେ ରାଜ୍ୟର ଅନେକ ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫସ୍‌ ରୋଗ ଚିହ୍ନଟ କରାଯାଇଛି । ପଡ଼ୋଶୀ ଜିଲ୍ଲାମାନଙ୍କରେ ଏହି ରୋଗ ନଜର ଆସିଥିବା ପରେ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ।

ଜିଲ୍ଲା ଚିକିତ୍ସା ଅଧିକାରୀ ଏମ୍ଏମ୍ ପଣ୍ଡା କହିଛନ୍ତି, "ଜିଲ୍ଲାରେ କେହି ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କିନ୍ତୁ ପଡ଼ୋଶୀ ଜିଲ୍ଲାମାନଙ୍କରେ ଏହି ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ପାଲଟିଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଓଡ଼ିଶାର କିଛି ଜିଲ୍ଲାରେ ଚାଷ ଜମିରେ ସ୍କ୍ରବ୍‌ ଟାଇଫସ୍‌ କୀଟ ଦେଖିବାକୁ ମିଳିଛି । ଚାଷ କାର୍ଯ୍ୟ ପାଇଁ ଚାଷୀ ବିଲକୁ ଯାଉଥିବାରୁ ସେମାନେ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରଯାଉଛି । ଯଦି କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।"

ସେ ଅହୁରି ମଧ୍ୟ କହିଛନ୍ତି, "ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ। ଏନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ଏବଂ ଏହି ରୋଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ଯଦି ଏହି ରୋଗରେ କୌଣସି ରୋଗୀ ଆକ୍ରାନ୍ତ ହୁଅନ୍ତି ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ଏବଂ ଔଷଧ ମଧ୍ୟ ମହଜୁଦ ଅଛି ।"

ଏହା ମଧ୍ୟ ପଢନ୍ତୁ..ବରଗଡରେ 5ଜଣଙ୍କ ଜୀବନ ନେଲାଣି ସ୍କ୍ରବ ଟାଇଫସ, ଭୟଭୀତ ନହେବାକୁ ଜିଲ୍ଲ ପ୍ରଶାସନର ପରାମର୍ଶ

ସ୍କ୍ରବ ଟାଇଫସ କ‘ଣ: ସ୍କ୍ରବ ଟାଇଫସ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details