ଓଡିଶା

odisha

ଯାଜପୁରରେ ଲଜ୍ୟା ! ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

By

Published : Jul 29, 2019, 5:24 PM IST

Updated : Jul 29, 2019, 7:38 PM IST

ଯାଜପୁରରେ ଲଜ୍ୟା । ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଘଟଣା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଯାଜପୁରରେ ଲଜ୍ୟା । ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଘଟଣା।

ସୁକିନ୍ଦା ଅଞ୍ଚଳର ମାଧବ ରାଉତଙ୍କ ପୁଅ ଜିତିନ୍ଦ୍ର ରାଉତ ନିଜ ପଡିଶା ଘରର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ଜିତିନ୍ଦ୍ରକୁ ପୋଲିସ ଗିରଫ କରିଛି । ଅଭିଯୋଗ ମୁତାବକ, ଜୁଲାଇ ୧୭ ତାରିଖ ରାତିରେ ଝିଅ ନିଜ ଘରେ ଏକାକି ଶୋଇଥିବା ସମୟରେ ଜିତେନ୍ଦ୍ର ତାଙ୍କ ଘରେ ପଶି ତାଙ୍କ ପାଟିକୁ ଚାପିଧରିବା ସହିତ ତାଙ୍କୁ ଦୁଷ୍କର୍ମ କରିଥିଲେ।

ତେବେ ଏ ବିଷୟରେ କାହାକୁ କିଛି କହିଲେ ପରିସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ । ପରେ ପୀଡିତା ନିଜ କଷ୍ଟ ସହି ନପାରି ପରିବାର ଲୋକଙ୍କୁ ଜଣାଇବା ପରେ ଜୁଲାଇ 28ରେ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 29, 2019, 7:38 PM IST

ABOUT THE AUTHOR

...view details