ଓଡିଶା

odisha

କୋଭିଡ କଟକଣା ଯୋଗୁଁ ମା' ବିରଜାଙ୍କ ରଥ ଟାଣିବେ ମନ୍ଦିର ସେବାୟତ: ଜିଲ୍ଲାପାଳ

By

Published : Oct 5, 2021, 8:36 PM IST

କୋରେନା କଟକଣା ଯୋଗୁଁ ଦୁର୍ଗୋତ୍ସବରେ ବିନା ଶ୍ରଦ୍ଧାଳୁରେ ଗଡିବ ମା'ଙ୍କ ରଥ । ସେବାୟତ ଓ ପୋଲିସଙ୍କ ସହାୟତାରେ ଟଣାଯିବ ମା' ବିରଜାଙ୍କ ରଥ । ଅଧିକ ପଢନ୍ତୁ...

କୋଭିଡ କଟକଣା ଯୋଗୁଁ ମା' ବିରଜାଙ୍କ ରଥ ଟାଣିବେ ମନ୍ଦିର ସେବାୟତ: ଜିଲ୍ଲାପାଳ
କୋଭିଡ କଟକଣା ଯୋଗୁଁ ମା' ବିରଜାଙ୍କ ରଥ ଟାଣିବେ ମନ୍ଦିର ସେବାୟତ: ଜିଲ୍ଲାପାଳ

ଯାଜପୁର: ଚଳିତ ବର୍ଷ ଦୁର୍ଗୋତ୍ସବରେ ବିନା ଶ୍ରଦ୍ଧାଳୁରେ ଗଡିବ ମା' ବିରଜାଙ୍କ ରଥ । 9ଦିନ ଧରି ଅନୁଷ୍ଠିତ ଏହି ରଥ ଯାତ୍ରାରେ ସେବାୟତ ଓ ପୋଲିସ ସହାୟତାରେ ଟଣାଯିବ ବୋଲି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

କୋଭିଡ କଟକଣା ଯୋଗୁଁ ମା' ବିରଜାଙ୍କ ରଥ ଟାଣିବେ ମନ୍ଦିର ସେବାୟତ: ଜିଲ୍ଲାପାଳ

ତେବେ କୋଭିଡ କଟକଣା ଲାଗି ଶ୍ରଦ୍ଧାଳୁଙ୍କ ମନ୍ଦିର ଦର୍ଶନ ଓ ରଥ ଟଣାକୁ ୨ଟି ପର୍ଯ୍ୟାୟରେ ଭାଗ କରାଯାଇଛି । ସେପଟେ ଆସନ୍ତା 6ରୁ 13 ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ଲାଗୁ ହେବ 144 ଧାରା । ପ୍ରତ୍ୟେକ ଦିନ ସକାଳୁ ଆରମ୍ଭ ହୋଇ ଅପରାହ୍ନ 2ଟା ଯାଏଁ ଦର୍ଶନ ଓ ତାପରେ ସକାଳ 5ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ତେବେ କୋରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମନ୍ଦିର ସେବାୟତ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details