ଓଡିଶା

odisha

ବନ୍ୟା ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ, କ୍ଷତିପୂରଣ ପାଇଁ ଦାବି

By

Published : Aug 27, 2022, 9:47 PM IST

ବୈତରଣୀ ନଦୀରେ ଲଗାତାର ଦୁଇଥର ବନ୍ୟା ଆସିବା ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ପାଣି ଛାଡିଥିଲେ ବି ଏଯାଏ କମିନି ଦୁର୍ଦ୍ଦଶା । ସରକାରୀ ସହାୟତା ଅପେକ୍ଷା ବନ୍ୟା ବିପନ୍ନ । ଅଧିକ ପଢ଼ନ୍ତୁ

flood affected demands for compensation due to flood in jajpur
ବନ୍ୟା ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ, କ୍ଷତିପୂରଣ ପାଇଁ ଦାବି

ଯାଜପୁର:ସବୁକିଛି ଉଜାଡ଼ି ଦେଲା ବନ୍ୟାପାଣି । ଲଗାତାର ଦ୍ବିତୀୟ ଥର ବନ୍ୟା ହୋଇ ଛାଡିବା ପରେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଛି । ଘରକାନ୍ଥ ଭୁଶୁଡିଛି, ବେଉସା ବି ଯାଇଛି (flood impact in jajpur) । ସାହା ପାଲଟିଛି ସରକାରୀ ସହାୟତା । ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି । ଶାଖା ନଦୀ କାଣୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣିଥରେ ଘାଇ ସୃଷ୍ଟି ହୋଇଥିବାରୁ ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର ଓ ଦୁଦୁରାଅନ୍ତା ସମେତ ୧୦ଟି ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଗ୍ରାମରେ ବନ୍ୟା ଜଳ ପ୍ରବେଶ (flood water entered in many villages) କରିଛି ।

ବନ୍ୟା ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ

ପ୍ରଥମ ବନ୍ୟାର ଦୁଃଖ ନଯାଉଣୁ ଦ୍ବିତୀୟ ଥର ପାଇଁ ବନ୍ୟାର ସାମ୍ନା କରିଛନ୍ତି ଘାଇ ଅଞ୍ଚଳବାସୀ । ଅଣ୍ଟା ସଳଖୁଥିବା ବିପନ୍ନଙ୍କ ପୁଣି ମେରୁଦଣ୍ଡ ଭାଙ୍ଗିଛି ବନ୍ୟା । ଏବେ ବି ଅନେକ ଗ୍ରାମରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି (water logging situation) । ସମଗ୍ର ଅଞ୍ଚଳରୁ ପାଣି ଛାଡ଼ିନି । ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାକୁ ଚେଷ୍ଟା କରୁଛି ବିପନ୍ନ। ସେପଟେ ବର୍ଷା ଓ ବନ୍ୟା ଯୋଗୁଁ ଚାଷ ଜମି ଉଜୁଡି ଯାଇଛି। ଏଭଳି ସ୍ଥିତିରେ ବର୍ଷକ ଯାକ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ । କେବଳ ଚୁଡା, ଚାଉଳ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇ କାମ ସାରି ଦେଇଛି ପ୍ରଶାସନ। ଗ୍ରାମବାସୀ କହିଛନ୍ତି, "ପ୍ରତିବର୍ଷ ବନ୍ୟା ଯୋଗୁଁ ଆମେ ପ୍ରଭାବିତ ହେଉଛି । ପରିବାର ନେଇ ବିପଦଜନକ ଭାବେ ରହୁଛୁ । ସ୍କୁଲ ଗୁଡ଼ିକ ପାଣଇ ଘେରରେ ଥିବାରୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ପ୍ରଶାସନ ଆସୁଛି ଏବଂ ସ୍ଥିତି ଦେଖି କେବଳ ପ୍ରତିଶୃତି ଦେଇ ଯାଉଛି । କିନ୍ତୁ ଆମ ଦୁଃଖ ଏଯାଏ କମିନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ:ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା, ଭାଙ୍ଗିଛି 5 ଶହ ଘର, ରହିବାକୁ ଆଶ୍ରୟ ଖୋଜୁଛନ୍ତି ଲୋକେ

ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଅଦ୍ୟାବଧି କ୍ଷୟକ୍ଷତିର ଆକଳନ ହୋଇନାହିଁ। ସେପଟେ ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତିବର୍ଷ ବୈତରଣୀ ନଦୀର ବନ୍ୟା ଯୋଗୁଁ ପ୍ରଭାବିତ ହେଉଛନ୍ତି ହଜାର ହଜାର ଲୋକେ। କେବେ ଆକଳନ ହେବ ଆଉ ବିପନ୍ନଙ୍କୁ କ୍ଷତିପୂରଣ ମିଳିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ତେଣୁ ତୁରନ୍ତ ବିପନ୍ନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି (flood affected demands for compensation) ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details