ଓଡିଶା

odisha

ପାଣିକୋଇଲିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସମ୍ବର୍ଦ୍ଧନା

By

Published : Sep 7, 2021, 6:30 PM IST

ଯାଜପୁର ଜିଲ୍ଲା ପାଣିକୋଇଲିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ କୋରେଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ...

ପାଣିକୋଇଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସମ୍ବୋର୍ଦ୍ଧନା
ପାଣିକୋଇଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସମ୍ବୋର୍ଦ୍ଧନା

ଯାଜପୁର:ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ପାଣିକୋଇଲି ଛକରେ କୋରେଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ନୂତନ ଆଦିବାସୀ କଲ୍ୟାଣ ଓ ଜଳସମ୍ପଦ ମନ୍ତ୍ରୀ ଭବେ ଦାୟିତ୍ବ ନେବାପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ଟୁଡୁ । କେନ୍ଦ୍ରମନ୍ତ୍ରୀ ଆଜି ନିଜର ଗୃହଜିଲ୍ଲା ମୟୂରଭଞ୍ଜ ଗସ୍ତବେଳେ କୋରେଇ ବିଜେପି ନେତା ବିଶ୍ବଜିତ ନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପାଣିକୋଇଲି ଛକରେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି ।

ପାଣିକୋଇଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସମ୍ବୋର୍ଦ୍ଧନା

ଏହି ଅବସରରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁଡୁ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାର ସବୁବେଳେ ତତ୍ପର । ଖୁବଶୀଘ୍ର ଓଡିଶାରେ ଆଦିବାସୀଙ୍କର ବିକାଶ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯିବ। ଏଥିସହିତ ରାଜ୍ୟରେ ଆଦିବାସୀଙ୍କର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ ।

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ମହିଳା ସଭାନେତ୍ରୀ ବବିତା ମଲ୍ଲିକ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ବାଳ, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଯୋଧ୍ୟାନାଥ ଜେନାଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details