ଭଦ୍ରକ/ଯାଜପୁର: ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଭଦ୍ରକ ଜିଲ୍ଲା ବୈତରଣୀ । ଲଘୁଚାପ କାରଣରୁ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ତେଣୁ ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଛି ।
ଫଳରେ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ବୈତରଣୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ଥିବାବେଳେ ଏବେ 17.94 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି ।