ଓଡିଶା

odisha

ବାଲି ଘାଟିରେ ଚଢ଼ାଉ: ୧୭ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

By

Published : Jul 3, 2021, 6:51 PM IST

ବ୍ୟାସନଗର ତହସିଲ ପକ୍ଷରୁ ମୁକୁନ୍ଦପୁର ବାଲିଘାଟି ଉପରେ ଚଢ଼ାଉ । ୧୭ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କହିଛନ୍ତି । ଅଧିକ ପଢନ୍ତୁ...

ବାଲି ଘାଟିରେ ଚଢ଼ାଉ: ୧୭ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ
ବାଲି ଘାଟିରେ ଚଢ଼ାଉ: ୧୭ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ଯାଜପୁର: ବ୍ୟାସନଗର ତହସିଲ ପକ୍ଷରୁ ମୁକୁନ୍ଦପୁର ବାଲିଘାଟି ଉପରେ ଚଢ଼ାଉ । ୧୭ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କହିଛନ୍ତି । ସୂଚନା ମୁତାବକ ଗତ କିଛିଦିନ ହେବ ମୁକୁନ୍ଦପୁର ବାଲି ଘାଟରୁ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ବ୍ୟାସନଗର ତହସିଲରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା ।

ବାଲି ଘାଟିରେ ଚଢ଼ାଉ: ୧୭ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ଏହି ଅଭିଯୋଗକୁ ଆଧାର କରି ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ମୁକୁନ୍ଦପୁର ବାଲି ଘାଟରେ ପହଞ୍ଚିଥିଲେ। ଏହି ସମୟରେ ବାଲି ଲୋଡ କରୁଥିବା ୧୭ଟି ଟ୍ରାକ୍ଟରକୁ ତହସିଲ ପ୍ରଶାସନ ଓ କୋରେଇ ପୋଲିସ ଜବତ କରି ସ୍ଥାନୀୟ ଆରଆଇ କାର୍ଯ୍ୟାଳୟରେ ରଖିଥିଲେ । ଏହି ଚଢ଼ାଉରେ ଆରଆଇ ସୁଜିତ କୁମାର ସାମଲ, ସୁଧୀର ରଞ୍ଜନ ମଲ୍ଲିକ ଓ ତହସିଲ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details