ଓଡିଶା

odisha

ବହୁ ଚର୍ଚ୍ଚିତ ବିଧାୟକ ବିଜୟ ଶଙ୍କର ଓ ସୋମାଲିକା ମାମଲା, 164 ଧାରାରେ ବୟାନ ରେକର୍ଡ

By

Published : Feb 10, 2023, 8:36 PM IST

164 ଧାରାରେ ବୟାନ ରେକର୍ଡ କଲେ ବିଧାୟକ ବିଜୟ ଶଙ୍କର ଓ ସୋମାଲିକା । ଜିଲ୍ଲା କୋର୍ଟରେ ହେଲା ବୟାନ ରେକର୍ଡ । ଅଧିକ ପଢ଼ନ୍ତୁ

ଜିଲ୍ଲା କୋର୍ଟରେ  ହେଲା ବୟାନ ରେକର୍ଡ
ଜିଲ୍ଲା କୋର୍ଟରେ ହେଲା ବୟାନ ରେକର୍ଡ

ଜିଲ୍ଲା କୋର୍ଟରେ ହେଲା ବୟାନ ରେକର୍ଡ

ଜଗତସିଂହପୁର: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକା ଦାଶ ବିବାଦ ମାମଲା । ଏହି ମାମଲାରେ 164 ଧାରା ଅନୁଯାୟୀ ଆଜି ଜିଲ୍ଲା କୋର୍ଟରେ ବୟାନ ରେକର୍ଡ କରା ଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଓ ତାଙ୍କ ସହଯୋଗୀ ସ୍ନିଗ୍ଧlରାଣୀ ବିଶ୍ୱାଳ ଜଗତସିଂହପୁର ଥାନାରେ ପହଞ୍ଚିଥିଲେ । ପରେ ପୋଲିସ ପକ୍ଷରୁ ଅତିରିକ୍ତ ଥାନା ଅଧିକାରୀ ଓ ଏହି ଘଟଣାରେ ତଦନ୍ତ ଭାର ନେଇଥିବା ତଦନ୍ତକାରୀ ଅଫିସର ବବିତା ଦଳାଇ ସୋମାଲିକାଙ୍କୁ କୋର୍ଟରେ ହାଜର କରାଇଥିଲେ ।

ବିଚାରପତିଙ୍କ ଉପସ୍ଥିତରେ ଧାରା 164 ଅନୁଯାୟୀ ପିଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଦୁଇଘଣ୍ଟାର ବୟାନ ରେକର୍ଡ ପରେ ପିଡ଼ିତା ସୋମାଲିକା ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଆଶା ଓ ଭରଷା ରହିଛି । ସେ ନିଶ୍ଚିତ ନ୍ୟାୟ ପାଇବେ । ବିଜୟ ଶଙ୍କର ଶାସକ ଦଳର ଜଣେ ବିଧାୟକ ହୋଇଥିବାରୁ ତାଙ୍କ ବିରୋଧରେ ଜଗତସିଂହପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଛଘୁଞ୍ଚା ଦେଉଛି । ମୋର ଯାହା ଅଭିଯୋଗ ଥିଲା ବିଚାରପତିଙ୍କ ସମ୍ମୁଖରେ ରଖିଥିବା ପିଡ଼ୀତା ସୋମାଲିକା କହିଛନ୍ତି ।

ସୂଚନା ଯୋଗ୍ୟ ଯେ ଗତ ମେ 2022ରେ ସୋମାଲିକା ବିଧାୟକଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ କରିବାକୁ ରାଜି ହେବା ସହ ଜଗତସିଂହପୁର ସବ୍‌ ରେଜିଷ୍ଟ୍ରାରଙ୍କ ଅଫିସରେ ଆବେଦନ କରିଥିଲେ। କିନ୍ତୁ ବିବାହ ପାଇଁ ଆସି ନଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ପରେ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ରଖିଥିଲେ ମଧ୍ୟ ତାହା ପଞ୍ଜିକୃତ କରିନଥିଲା । ଯାହାକୁ ନେଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ କଣ ପାଇଁ ବିଧାୟକଙ୍କୁ ପଚରାଉଚରା କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋମାଲିକା ।


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details