ଓଡିଶା

odisha

ଜଗତସିଂହପୁରରେ ଖୋଲିଲା ସ୍କୁଲ, ଉତ୍ସାହିତ ଛାତ୍ରଛାତ୍ରୀ

By

Published : Feb 7, 2022, 1:13 PM IST

ରାଜ୍ୟରେ ଆଜିଠୁ ପୁଣି ଥରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ, କଲେଜ ଓ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହୋଇଛି । ହେଲେ ମହାମାରୀ ଭୟ ଯୋଗୁଁ ସ୍କୁଲ ଗୁଡିକରେ କମିଛି ଉପସ୍ଥାନ ସଂଖ୍ୟା । ଅଧିକ ପଢନ୍ତୁ...

ଜଗତସିଂହପୁର ଖୋଲିଲା ସ୍କୁଲ, ଉତ୍ସାହିତ ଛାତ୍ରଛାତ୍ରୀ
ଜଗତସିଂହପୁର ଖୋଲିଲା ସ୍କୁଲ, ଉତ୍ସାହିତ ଛାତ୍ରଛାତ୍ରୀ

ଜଗତସିଂହପୁର:କୋଭିଡ ମହାମାରୀ ଯୋଗୁଁ ବନ୍ଦ ହୋଇଥିଲା ସବୁ ସ୍କୁଲ। ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ, କଲେଜ ଓ ବିଶ୍ବବିଦ୍ୟାଳୟ,ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହୋଇଛି । ହେଲେ କୋଭିଡ ଭୟରେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏପର୍ଯ୍ୟନ୍ତ ସ୍ବଭାବିକ ହୋଇପାରିନି।

ଜଗତସିଂହପୁର ଖୋଲିଲା ସ୍କୁଲ, ଉତ୍ସାହିତ ଛାତ୍ରଛାତ୍ରୀ

ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଆଜିଠାରୁ ଅଷ୍ଟମ ଠାରୁ ସମସ୍ତ କ୍ଲାସ ଆରମ୍ଭ କରାଯାଇଛି। ଗତକାଲି ରବିବାର ହୋଇଥିଲେ ମଧ୍ୟ ଜିଲ୍ଲାର ସମସ୍ତ ହାଇ ସ୍କୁଲ ଗୁଡିକ ସାନିଟାଇଜ କରାଯାଇ ଥିଲା। ସେପଟେ ପିଲାଙ୍କ ପାଇଁ ସାମାଜିକ ଦୂରତ୍ୱ, କ୍ଲାସରୁମରେ ପାନୀୟ ଜଳର ବେବସ୍ଥା, ମାସ୍କ ବ୍ୟବହାର ସାଙ୍ଗକୁ କ୍ଲାସରୁମ ମଧ୍ୟକୁ ପ୍ରବେଶ ସମୟରେ ଉତ୍ତାପ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ଯେଉଁ ଛାତ୍ର ଛାତ୍ରୀଙ୍କ ଠାରେ ଥଣ୍ଡା କି ଦେହରେ ଉତ୍ତାପ ରହିଛି ସେମାନଙ୍କୁ କ୍ଲାସରୁମକୁ ପ୍ରବେଶ ଉପରେ ବାରଣ କରାଯାଇଛି । ତେବେ ସ୍କୁଲରେ କୋଭିଡ ପୂର୍ବ ପରି ସ୍ଥିତି ସ୍ବଭାବିକ ହୋଇପାରିନି। କ୍ଲାସରେ ଉପସ୍ଥାନ କମ ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଖୋଲାକୁ ନେଇ ଖୁସି ପରିଲିକ୍ଷିତ ହୋଇଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details