ଓଡିଶା

odisha

ବୁଧବାର ଠାରୁ ମା’ ଶାରଳାଙ୍କ ପାର୍ବଣ ପୂଜା, କୋଭିଡ କଟକଣାକୁ ଗୁରୁତ୍ବ

By

Published : Sep 26, 2021, 6:47 PM IST

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳାଙ୍କ ମନ୍ଦିରରେ ଆସନ୍ତା ବୁଧବାର ଠାରୁ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗ ମଧ୍ୟରେ ଅନୁଷ୍ଠିତ ହେଲା ବୈଠକ । କୋଭିଡ କଟକଣାକୁ ପ୍ରାଧାନ୍ୟ । ଅଧିକ ପଢନ୍ତୁ...

ବୁଧବାର ଠାରୁ ମା’ଶାରଳାଙ୍କ ପାର୍ବଣ ପୂଜା, କୋଭିଡ କଟକଣାକୁ ଗୁରୁତ୍ବ
ବୁଧବାର ଠାରୁ ମା’ଶାରଳାଙ୍କ ପାର୍ବଣ ପୂଜା, କୋଭିଡ କଟକଣାକୁ ଗୁରୁତ୍ବବୁଧବାର ଠାରୁ ମା’ଶାରଳାଙ୍କ ପାର୍ବଣ ପୂଜା, କୋଭିଡ କଟକଣାକୁ ଗୁରୁତ୍ବ

ଜଗତସିଂହପୁର: ଇଷ୍ଟଦେବୀ ମା’ ଶାରଳାଙ୍କ ମନ୍ଦିରରେ ଆସନ୍ତା ବୁଧବାର ଠାରୁ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୁତିଆ ଦିନ ମା’ଙ୍କ ସହସ୍ରା କୁମ୍ଭାଭିଷେକ କରାଯାଇ ସେହିଦିନ ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତେକ ଦିନ ସ୍ବତନ୍ତ୍ର ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ସହ ରାତ୍ରୀରେ ବିଭିନ୍ନ ବେଶ ଅନୁଷ୍ଠିତ ହେବ ।

ବୁଧବାର ଠାରୁ ମା’ଶାରଳାଙ୍କ ପାର୍ବଣ ପୂଜା, କୋଭିଡ କଟକଣାକୁ ଗୁରୁତ୍ବ

ଚଳିତବର୍ଷ ମା’ଙ୍କ ଶାରଦୀୟ ପାର୍ବଣ ପୂଜାରେ କୋଭିଡ କଟକଣାକୁ କଡାକଡି ଅନୁପାଳନ କରିବାକୁ ସ୍ଥିର କରାଯାଇଛି। ମହାସପ୍ତମ, ମହାଷ୍ଟମୀ ଓ ମହାନବମୀରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ରହିବ। ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସର୍ଵ ସାଧାରଣ ଦର୍ଶନ ପ୍ରକ୍ରିୟା ଚୂଡାନ୍ତ କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details