ଓଡିଶା

odisha

ଉଦୟଗିରି ବ୍ଲକକୁ ସବଡିଭିଜନ ଦାବି କରି ତହସିଲ କାର୍ଯ୍ୟାଳୟ ଘେରାଉ

By

Published : Oct 5, 2020, 9:31 PM IST

ଗଜପତି ଜିଲ୍ଲା ଉଦୟଗିରି ବ୍ଲକକୁ ସବଡିଭିଜନ ଦାବି କରି ଭାରତୀୟ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ଓ ହରିଜନ ତଥା ସାଧାରଣ ଜନତା ଉପଜିଲ୍ଲାପାଳ ଓ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଯାତାୟତ କରିବା ଅତ୍ୟନ୍ତ ସମୟ ସାପେକ୍ଷ ହେଇଛି । ଅଧିକ ପଢନ୍ତୁ...

ଉଦୟଗିରି ବ୍ଲକକୁ ସବଡିଭିଜନ ଦାବିକରି ତହସିଲ କାର୍ଯ୍ୟାଳୟ ଘେରାଉ
ଉଦୟଗିରି ବ୍ଲକକୁ ସବଡିଭିଜନ ଦାବିକରି ତହସିଲ କାର୍ଯ୍ୟାଳୟ ଘେରାଉ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଉଦୟଗିରି ବ୍ଲକକୁ ସବଡିଭିଜନ ଦାବି କରି ଭାରତୀୟ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ବିକାଶ ପରିଷଦ ତରଫରୁ ସରକାରୀ ଉଦୟଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଉଦୟଗିରି ବ୍ଲକକୁ ସବଡିଭିଜନ ଦାବିକରି ତହସିଲ କାର୍ଯ୍ୟାଳୟ ଘେରାଉ

ଗତ ଦିନ ଠାରୁ ପାରଳାଖେମୁଣ୍ଡି ରାଜସ୍ବ ସବଡିଭିଜନ ସହ 7 ଟି ଲେଖାଏଁ ବ୍ଲକ ଓ ତହସିଲ,149 ଟି ଗ୍ରାମ ପଞ୍ଚାୟତ ଓ 1613 ରାଜସ୍ବ ମୌଜା ରହିଛି । ଆର ଉଦୟଗିରି, ମୋହନ। ନୂଆଗଡ଼, ରାୟଗଡ଼ ଆଦିବାସୀ ବହୁଳ ବ୍ଲକ ଅଟେ। ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଦୂରତାରେ ରହିଛି । ଉଦୟଗିରି ବ୍ଲକ, ନୂଆଗଡ ବ୍ଲକ ଓ ରାୟଗଡ ବ୍ଲକର ଦୂରତା ଯଥାକ୍ରମେ 107 କିମି, 60 କିମି, 85 କିମି 30 କିମି ଅଟେ । ଆଦିବାସୀ ଓ ହରିଜନ ତଥା ସାଧାରଣ ଜନତା ଉପଜିଲ୍ଲାପାଳ ଓ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଯାତାୟତ କରିବା ଅତ୍ୟନ୍ତ ବ୍ୟୟବହୁଳ ଓ ସମୟ ସାପେକ୍ଷ ଅଟେ । ଭୌଗୋଳିକ ଦୃଷ୍ଟିରୁ ଗଜପତି ଜିଲ୍ଲା ପାହାଡ ଓ ଘଞ୍ଚ ଜଙ୍ଗଲ ଘେରି ରହିଥିବାବେଳେ ଏହା ଏକ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀ ସମୟରେ 13 ଗୋଟି ରାଜ୍ୟ ଜିଲ୍ଲାକୁ ବିଭାଜନ କରି ରାଜ୍ୟରେ 30 ଟି ଜିଲ୍ଲାରେ ପରିଣତ କରାଯାଇଥିଲା । କାରଣ ଲୋକଙ୍କ ପାଖରେ ପ୍ରଶାସନ ଓ ଯୋଜନା ସହଜରେ ପହଞ୍ଚାଇବା ଲକ୍ଷ ଥିଲା । ଅକ୍ଟୋବର 1997 ମସିହାରେ ଗଜପତି ଜିଲ୍ଲା ଗଠନ ହୋଇ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପ୍ରତିଷ୍ଠା କରାଗଲା । ୧୯୯୨ ମସିହା ଠାରୁ ଦୀର୍ଘ 28 ବର୍ଷ ହେଲା ଆର ଉଦୟଗିରି, ମୋହନା, ନୂଆଗଡ ଏବଂ ରାୟଗଡ ବ୍ଲକକୁ ନେଇ ଏକ ନୂଆ ରାଜସ୍ବ ସବଡିଭିଜନ (ଉପ ଜିଲ୍ଲାପାଳ କାର୍ଯ୍ୟାଳୟ) ଉଦୟଗିରି ଠାରେ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଆସୁଛି । ଭୌଗୋଳିକ, ପ୍ରଶାସନିକ, ସାମାଜିକ, ଗମନାଗମନ ଆଦି ଦୃଷ୍ଟିରୁ ଆଉ ଉଦୟଗିରି ବ୍ଲକ କେନ୍ଦ୍ରସ୍ଥଳୀ ହୋଇଥିବା ହେତୁ ଅତି ଶୀଘ୍ର ଏହାକୁ ରାଜସ୍ବ ସବ ଡିଭିଜନ ଭାବେ ଘୋଷଣା କରିବା ପାଇଁ ଭାରତୀୟ ବିକାଶ ପରିଷଦ ଦାବି କରିଛି । ଯଦି କରାନଯାଏ ତାହା ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details