ଢେଙ୍କାନାଳ: ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ । ଏପଟେ ପ୍ରବଳ ବର୍ଷା କାରଣରୁ ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଫୁଲିଥିବା ଦେଖାଯାଇଛି । ଫଳରେ ପୂର୍ବରୁ ସାମଲ ବ୍ୟାରେଜର 3ଟି ଗେଟକୁ ଖୋଲାଯାଇଛି ।
ବ୍ରାହ୍ମଣୀ ନଦୀର ସାମଲ ବ୍ୟାରେଜର ଜଳଧାରଣ କ୍ଷମତା 76.2ମିଟର ରହିଥିବାବେଳେ ଏବେ 74.7ମିଟର ଜଳ ଭରିଯାଇଥିବା ଜଣାପଡିଛି । ବ୍ରାହ୍ମଣୀ ନଦୀରେ ପାଣି ବଢ଼ୁଥିବାରୁ ଭୁବନ ବ୍ଲକ ତଳିଆ ଅଞ୍ଚଳ ଗ୍ରାମଗୁଡିକୁ ପାଣି ଠେଲି ହୋଇ ରହିଥିବା ଦେଖାଯାଇଛି । ଏଥିସହ ଭୁବନ ବ୍ଲକ ଜୟପୁର ଗ୍ରାମ ରବିବାର ଜଳ ବନ୍ଦି ଘେରରେ ରହିଛି ।