ଓଡିଶା

odisha

ହାତୀ ଆକ୍ରମଣରେ କାରଖାନା ଜଗୁଆଳୀଙ୍କ ମୃତ୍ୟୁ

By

Published : Jul 25, 2020, 10:28 AM IST

ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧସ୍ଥିତ ନିର୍ମାଣଧୀନ ରୁଙ୍ଗଟା କାରଖାନା ଜଗୁଆଳୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।

elephant attack
ହାତୀ ଆକ୍ରମଣରେ କାରଖାନା ଜଗୁଆଳୀଙ୍କ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ କାରଖାନା ଜଗୁଆଳୀ ମୃତ । ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧସ୍ଥିତ ନିର୍ମାଣଧୀନ ରୁଙ୍ଗଟା କାରଖାନା ଜଗୁଆଳୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ମେରାମୁଣ୍ଡଳୀ ଗ୍ରାମର ରସାନନ୍ଦ ନାୟକ ।

ହାତୀ ଆକ୍ରମଣରେ କାରଖାନା ଜଗୁଆଳୀଙ୍କ ମୃତ୍ୟୁ

ରସାନନ୍ଦ ଝାଡ଼ବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା କାରଖାନାର ରାତ୍ର ଜଗୁଆଳୀ ଭାବେ କାମ କରନ୍ତି। ଗତ ଶୁକ୍ରବାର ବିଳମ୍ବିତ ରାତିରେ କାରଖାନା ଫାଟକ ସମ୍ମୁଖରେ ସେ ବୁଲୁଥିବା ବେଳେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା ।

ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details