ଓଡିଶା

odisha

ଓକିଲଙ୍କୁ ଦୁର୍ବ୍ୟବହାର, ଜିଲାପାଳଙ୍କ କାର୍ଯ୍ୟାଳୟରେ ତୁମୁଳ କାଣ୍ଡ

By

Published : Sep 20, 2019, 11:45 PM IST

ଜିଲ୍ଲାରେ ଓକିଲଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଉତ୍ତେଜନା । ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ଜିଲ୍ଲାରେ ଓକିଲଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଉତ୍ତେଜନା । ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା । ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସରେ ଉତ୍ତେଜନା । ତେବେ ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଢେଙ୍କାନାଳ

ଶୁକ୍ରବାର ଢେଙ୍କାନାଳ ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଲେ ବୋଲି ଓକିଲ ସଂଘର ସଦସ୍ୟମାନେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଓକିଲମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଓକିଲମାନେ ସଂଘବଦ୍ଧ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ଜିଲ୍ଲାପାଳ କାହିଁକି ବିଳମ୍ବରେ ଆସିବେ ବୋଲି ସେମାନେ କାରଣ ପଚାରିଥିଲେ । ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଓକିଲ ସଂଘ ଅଭିଯୋଗ କରିଛି ।

ସୂଚନାନୁସାରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ଥିଲା । ମାତ୍ର ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିବାରୁ ଓକିଲମାନେ ଘେରାଉ କରିଥିଲେ । ଓକିଲମାନେ ଫୁଲକୁଣ୍ଡ ଓ ଅନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିବା ବେଳେ କର୍ମଚାରୀମାନଙ୍କୁ ବିଦା କରି ଦେଇଥିଲେ । ଏବେବି ଅଫିସ ପରିସରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି । ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଅଫିସରେ ପୋଲିସ ମୁତୟନ କରାଯାଇଛି ।

ଢେଙ୍କାନାଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଢେଙ୍କାନାଳ ଓକିଲଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ଅଭିଯୋଗ ରେ ଉତ୍ତେଜନା । ଦୁର୍ବ୍ୟବହାର ଅଭିଯୋଗର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସରେ ଲଙ୍କାକାଣ୍ଡ ଓ ଭଙ୍ଗାରୁଜା। ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ ବେଳେ ଉତ୍ତେଜନା। ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରାଯାଇଥିବା ସୂଚନା ମଧ୍ୟ ଦେଖି ବାକୁ ମିଳିଛି । ଆଜି ଏହି ଅଭାବନୀୟ ପରିସ୍ଥି ଯୋଗୁ ଜିଲାପାଳ ଅଫିସ ରେ ଉତ୍ତେଜନା ଲାଗି ରହିଛି ।Body:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା । ଆଜି ଢେଙ୍କାନାଳ ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଲେ ବୋଲି ଓକିଲ ସଂଘର ସଦସ୍ୟମାନେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡିଛି । ଓକିଲମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଓକିଲମାନେ ସଂଘବଦ୍ଧ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ଜିଲ୍ଲାପାଳ କାହିଁକି ବିଳମ୍ବରେ ଆସିବେ ବୋଲି ସେମାନେ କାରଣ ପଚାରିଥିଲେ। ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଓକିଲ ସଂଘ ଅଭିଯୋଗ କରିଛି। ସୂଚନାନୁସାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ଥିଲା। ମାତ୍ର ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିବାରୁ ଓକିଲମାନେ ଘେରାଉ କରିଥିଲେ। ଓକିଲମାନେ ଫୁଲକୁଣ୍ଡ ଓ ଅନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିବା ବେଳେ କର୍ମଚାରୀମାନଙ୍କୁ ବିଦା କରି ଦେଇଛନ୍ତି। ଏବେବି ଅଫିସ ପରିସରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି। ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଅଫିସରେ ପୋଲିସ ମୁତୟନ କରାଯାଇଛି।
Byte - 1 ନବକୀଶୋର ଗୁରୁ , ପୂର୍ବତ୍ତନ ସଭାପତି ଓକିଲ ସଂଘ
Byte - 2 ସଞ୍ଜୟ କୁମାର ମିଶ୍ର, ସଭାପତି ଓକିଲ ସଂଘConclusion:ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିଝାସୁଝା ଆରମ୍ଭ କରିଛି ।

ABOUT THE AUTHOR

...view details