ଦେବଗଡ: ବର୍ଷା ଧୋଇଦେଲା ପିଆଜ ଚାଷ , ମୁଣ୍ଡରେ ହାତଦେଇ ବସିଲେ ପିଆଜ ଚାଷୀ । କିଛିଦିନ ପୂର୍ବରୁ ଦେବଗଡ଼ ଜିଲ୍ଲାରେ ଅଦିନିଆ ଲଗାଣ ବର୍ଷା ହେବା ଫଳରେ ରିଆମାଳ ବ୍ଲକର ପିଆଜ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ଉଜୁଡି ଯିବାରୁ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ପିଆଜ ଚାଷୀ ।
ଦେବଗଡ଼ ଜିଲ୍ଲାରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଫଳରେ ରିଆମାଳ ବ୍ଲକର ପିଆଜ ଚାଷ ସମେତ ଅନ୍ୟାନ୍ୟ ପନିପରିବା ଓ ରବି ଜାତୀୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ଜମିରେ ପାଣି ଜମି ରହିବା ଯୋଗୁଁ ଏହି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ରିଆମାଳ ବ୍ଲକର ରିଆମାଳ, ତିମୂର , ମଲେହିପଡା , ଆଡ଼ସ , ବାବରାକୋଟ , ରେଙ୍ଗାଳବାହାଲ ଓ ଧରମପୁର ଆଦି ଅଞ୍ଚଳ ବିଶେଷକରି ପିଆଜ ଚାଷ ପାଇଁ ବେଶ ଜଣାଶୁଣା । ଏହି ଅଞ୍ଚଳର ଅଧିକାଂଶ ଚାଷୀ ପ୍ରତିବର୍ଷ ପିଆଜଚାଷ କରିବା ସହିତ ଅନ୍ୟାନ୍ୟ ପନିପରିବା ଓ ରବିଜାତୀୟ ଫସଲ ଅମଳ କରି ପରିବାର ପ୍ରତିପୋଷଣ କରିଥାନ୍ତି ।