କଟକ: ସମ୍ବଲପୁର ଓକିଲଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଅନ୍ଦୋଳନକୁ ଓହ୍ଲାଇଥିବା ଓକିଲ ସଂଘ କୋର୍ଟ ପରିସରରେ ଭଙ୍ଗାରୁଜା ପ୍ରସଙ୍ଗରେ ଗିରଫ ହୋଇଥିବା 29 ଜଣ ଓକିଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଗତ ବର୍ଷ ଡିସେମ୍ବର 12 ତାରିଖରେ ଗିରଫ ହୋଇଥିଲା 29 ଆଇନଜୀବୀ ।
ଜାମିନ ପ୍ରଦାନ କରିଥିଲେ ବି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ରାଲି ନକରିବା, ଧାରଣା ନ ଦେବା ସହ ବୟାନବାଜି ନକରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଗତକାଲି ଏହି ଘଟଣାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ନେଇ ଓକିଲ ସଂଘ ଉପରେ ବର୍ଷିଥିଲେ । ଅବମାନନା ମାମଲା ଜାରି ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଆଇନଜୀବୀ କରିଥିବା ଆନ୍ଦୋଳନ ସେମାନଙ୍କ ପାଇଁ ମହଙ୍ଗା ପଡିଥିଲା । ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୨୯ ଜଣ ଆଇନଜୀବୀ ଗିରଫ ହୋଇଥିଲେ । କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା ।