ଓଡିଶା

odisha

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

By

Published : Aug 19, 2022, 5:09 PM IST

ଶାରଦୀୟ ଦୁର୍ଗା ପୂଜା ପାଇଁ ମା ଦୁର୍ଗାଙ୍କ ମାଟି କଟକରେ ଅନୁକୂଳ କରାଯାଇଛି । ଆସନ୍ତାକାଲିଠୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅଧିକ ପଢନ୍ତୁ

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ
ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

କଟକ:ଚଳିତ ବର୍ଷ ଦଶହରା ପର୍ବ (Dussehra 2022) ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପବିତ୍ର ନନ୍ଦଉତ୍ସବ ଅବସରରେ କଟକରେ ଆଜି (ଶୁକ୍ରବାର) ଶାରଦୀୟ ଦୁର୍ଗା ପୂଜା ପାଇଁ ମାଆ ଦୁର୍ଗାଙ୍କ ମାଟି ଅନୁକୂଳ କରାଯାଇଛି । ତେବେ ଆସନ୍ତାକାଲିଠୁ ମା'ଙ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

ଆଜି ଦ୍ବିତୀୟ ଦିନରେ ଛତ୍ରବଜାର ପୂଜା କମିଟି ସମେତ ଅନେକ ପୂଜା କମିଟି ନଦୀକୂଳ ଓ ବେଲ ଗଛ ମୂଳରୁ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରି ମାଟି ଅଣାଯାଇଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଦୋମାଟିଆ ହୋଇ ମା' ଙ୍କର ରଙ୍ଗ ସାଜସଜ୍ଜା କରାଯିବ। ଦୁଇବର୍ଷ କୋଭିଡ଼ କଟକଣା ପରେ ଚଳିତ ବର୍ଷ ବେଶ୍‌ ଧୁମଧାମରେ ପାଳନ କରିବା ନେଇ ବେଶ ଖୁସି କଟକର ସମସ୍ତ ପୂଜା କମିଟି ।

କୋରୋନା କଟକଣା ପାଇଁ ମା'ଙ୍କ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାଠୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଲାଗି ନିୟମ ରହିଥିଲା । ମାତ୍ର ଚଳିତ ବର୍ଷ କୋରୋନା ପ୍ରକୋପ କମିଥିବାବେଳେ, ଧୁମଧାମରେ କଟକର ଐତିହାସିକ ଦୁର୍ଗା ପୂଜା ପାଳନ ହେବ ବୋଲି ସହରବାସୀ ଆଶା ରଖିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details