ଓଡିଶା

odisha

ବାରବାଟିରେ ଅଘଟଣ, ଫୁଟବଲ ଖେଳୁଥିଲେ, ଜୀବନ ଚାଲିଗଲା

By

Published : Sep 7, 2019, 6:12 PM IST

କଟକର ଦରଘା ବଜାର ଅଞ୍ଚଳରେ ଅଜୟ ନାୟକ ବାରବାଟି ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଏସସିବି ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ବାରବାଟି ଷ୍ଟାଡିୟମରେ ଘଟିଛି ଅଘଟଣ । ଫୁଟବଲ ଖେଳୁଥିବା ବେଳେ ଚାଲିଗଲା ଜୀବନ । ବାରବାଟିରେ ଫାଓ ଡିଭିଜନାଲ ଲିଗ ମ୍ୟାଚର ଏସବିଆଇ ଓ ସାଇ ଟିମ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚରେ ଏସବିଆଇ ଟିମରେ ଅଜୟ ନାୟକ ମିଡ ଫିଲଡ଼ର ଭାବେ ଖେଳୁଥିଲେ । ଅଜୟ ମ୍ୟାଚ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ହଠାତ ପଡିଆରେ ଶୋଇଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ସାଥି ଖେଳାଳୀ ତାଙ୍କୁ ତୁରନ୍ତ ଏସିବି ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 47 ବର୍ଷିୟ ମୃତ ଅଜୟ ନାୟକଙ୍କ ଘର କଟକର ଦରଘାବଜାର ଅଞ୍ଚଳରେ ବୋଲି ଜଣାପଡିଛି। ଏହି ଘଟଣାରେ ସାଥି ଖେଳାଳୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details