ଓଡିଶା

odisha

ବୌଦ୍ଧ ଜିଲ୍ଲାର ତିନୋଟି ପିକନିକ ସ୍ପଟକୁ ପଲିଥିନ ମୁକ୍ତ ପାଇଁ କ୍ୟାମ୍ପେନ

By ETV Bharat Odisha Team

Published : Jan 4, 2024, 8:58 AM IST

Polythene Free Campaign at Picnic Spots: ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାର ୩ଟି ପିକନିକ ସ୍ପଟ ଚିହ୍ନଟ । ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବାରେ ସହାୟତା କରିବେ ଏସଏସଏଜି, ଏନଜିଓ, ୟୁଥ କ୍ଲବ ଓ ଇକୋକ୍ଲବ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାର ତିନୋଟି ପିକନିକ ସ୍ପଟକୁ ପଲିଥିନ ମୁକ୍ତ ପାଇଁ କ୍ୟାମ୍ପେନ
ବୌଦ୍ଧ ଜିଲ୍ଲାର ତିନୋଟି ପିକନିକ ସ୍ପଟକୁ ପଲିଥିନ ମୁକ୍ତ ପାଇଁ କ୍ୟାମ୍ପେନ

ବୌଦ୍ଧ ଜିଲ୍ଲାର ତିନୋଟି ପିକନିକ ସ୍ପଟକୁ ପଲିଥିନ ମୁକ୍ତ ପାଇଁ କ୍ୟାମ୍ପେନ

ବୌଦ୍ଧ: ନୂଆବର୍ଷ ପାଇଁ ସବୁଆଡେ ଉତ୍ସବର ମାହୋଲ । ବୌଦ୍ଧ ଜିଲ୍ଲାର ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବିଶେଷ ଭାବରେ ଜାନୁଆରୀ ମାସ ଆରମ୍ଭରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପିକନିକ ସ୍ପଟଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଛି । ତେବେ ଜିଲ୍ଲାର ତିନୋଟି ପ୍ରମୁଖ ବଣଭୋଜି ସ୍ଥାନରେ ପଲିଥିନ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଏନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ବୌଦ୍ଧ ଜିଲ୍ଲାର କୁମ୍ଭିଦରହ, ଶୀତଳପାଣି ରାମଗଡ, ମର୍ଜାକୁଦ, ଗିରାସିଙ୍ଗା ବନ ପ୍ରକଳ୍ପ, ଖଣ୍ଡିକନପା, ପାଲଝାର, ଖରଖରି, ନୂଆପଡ଼ା ଡ଼୍ୟାମ, ଦେଢଶୁର ଭାଇବୋହୁ ପାହାଡ, ଲତାଝରଣ, ଡମକୁଚ, ଡମ୍ବରୁଗଡ, ନାଏକପଡା, ତାମ୍ବିଦରହ ଭଳି ଅନେକ ଜଳ ଉତ୍ସ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି । ବିଶେଷକରି ବର୍ତ୍ତମାନ ନୂଆବର୍ଷ ପାଇଁ ଜାନୁଆରୀ ମାସ ତମାମ ଏସବୁ ଅଞ୍ଚଳ ବଣଭୋଜି ପାଇଁ ବେଶ ଉପଭୋଗ୍ୟ ।

ଜିଲ୍ଲାର ଏକମାତ୍ର ଇକୋ ରିଟ୍ରିଟ କ୍ୟାମ୍ପ ଡମ୍ବରୁଗଡଠାରେ ପ୍ରତିଷ୍ଠା କରାଯାଇଛି । ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାର ରାମଗଡ଼, ଗିରାସିଙ୍ଗା ବନ ପ୍ରକଳ୍ପ ଓ ମର୍ଜାକୁଦ କୁଲାରୀକୁଦ ଦ୍ବୀପାଞ୍ଚଳର ବଣଭୋଜି ସ୍ଥଳକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ସେଣ୍ଟର ଫର ଏନଭର୍ଣ୍ଣମେଣ୍ଟାଲ ଷ୍ଟଡିଜ ଓ ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏନେଇ ଅନୁଦାନ ପ୍ରଦାନ କରାଯିବ । ନୂତନ ବର୍ଷ ଅବସରରେ ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଗିରାସିଙ୍ଗା ବନ ପ୍ରକଳ୍ପ ଠାରେ ଥିବା ବଣଭୋଜି ସ୍ଥଳକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ମୁକ୍ତ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବୁଧବାରଠୁ ଏହି ଅଞ୍ଚଳକୁ ପଲିଥିନ ମୁକ୍ତ ଅଞ୍ଚଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସେଥିପାଇଁ ଏସବୁ ଅଞ୍ଚଳର ସ୍ବଚ୍ଛତା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ପଲିଥିନ ମୁକ୍ତ ଅଞ୍ଚଳ ଉଦ୍ଦେଶ୍ୟରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏନଜିଓ, ୟୁଥ କ୍ଲବ ଓ ସ୍କୁଲ ପିଲାଙ୍କ ଇକୋ କ୍ଲବର ସହଭାଗିତା ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ ବିଭିନ୍ନ ପରିବେଶପ୍ରେମୀ ସ୍ବାଗତ କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details