ଓଡିଶା

odisha

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

By

Published : Apr 8, 2022, 12:34 PM IST

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତରେ ଅଧପନ୍ତରିଆ ହୋଇ ପଡିରହିଛି ସରକାରୀ ଯୋଜନା । ଅଧିକ ପଢନ୍ତୁ

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି
ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

ବୌଦ୍ଧ:ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳ ବ୍ଲକ ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତରେ ଅଧପନ୍ତରିଆ ହୋଇପଡିରହିଛି ସରକାରୀ ଯୋଜନା । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ମୌଳିକ ସମସ୍ୟାରେ ଜର୍ଜରିତ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ, ଜନଅସନ୍ତୋଷ ବୃଦ୍ଧି

ସୂଚନାଅନୁସାରେ, ଖୁଣ୍ଟିଗୋରା ଠାରୁ ମନମୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ତେଲନଦୀ କୂଳରେ ଅନେକ ପଞ୍ଚାୟତ ରହିଛି । କିନ୍ତୁ ତେଲନଦୀ କୂଳରେ ଥାଇ ମଧ୍ୟ ଅନେକ ପଞ୍ଚାୟତରେ ପାନୀୟଜଳ ସଙ୍କଟ ଲାଗି ରହୁଛି । ଏହାର ପ୍ରତିବାଦରେ ବାରମ୍ବାର ଲୋକେ ରାଜରାସ୍ତାକୁ ଓହ୍ଲାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାଛଡା କଣ୍ଟାମାଳ ବ୍ଲକର ଅନେକ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ତେଲନଦୀ ଉପରେ ନିର୍ମାଣ ହେଉଛି ଏକାଧିକ ସେତୁ ।

ତେବେ କଣ୍ଟାମାଳର ଟିକରାପଡା ଠାରୁ ତରଭାକୁ ସଂଯୋଗ ପାଇଁ ଏକ ସେତୁ ଦୀର୍ଘ ବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରାସ୍ତା ସମସ୍ୟା ଯୋଗୁଁ ତାହା କାର୍ଯ୍ୟ କ୍ଷମ ହୋଇ ପାରୁନାହିଁ । କେବଳ କଣ୍ଟାମାଳ ଅଞ୍ଚଳର ଦୁଇଟି ସ୍ଥାନରେ ଜମି ସମସ୍ୟା ରହିଥିବା ବେଳେ ଏହାର ସମସ୍ୟା ଦୀର୍ଘ ଦିନ ହେଲା ସମାଧାନ ହୋଇପାରୁ ନାହିଁ । ସ୍ଥାନୀୟ ବୁଦ୍ଧିଜୀବୀ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details