ଓଡିଶା

odisha

ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

By

Published : Sep 25, 2022, 7:45 AM IST

ଅନଲାଇନ ଔଷଧ ବ୍ୟବସାୟ ଯୋଗୁଁ ନକଲି ଔଷଧ ରୋଗୀଙ୍କ ନିକଟରେ ପହଞ୍ଚୁଥିବା ଔଷଧ ବିକ୍ରେତା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ନକଲି ଔଷଧ ବିକ୍ରିକୁ ନେଇ ରାଜ୍ୟ ସଂଘ ପକ୍ଷରୁ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବୌଦ୍ଧ: ଅନଲାଇନ ଔଷଧ ବ୍ୟବସାୟ ଯୋଗୁଁ ନକଲି ଔଷଧ ରୋଗୀଙ୍କ ନିକଟରେ ପହଞ୍ଚୁଥିବା ଔଷଧ ବିକ୍ରେତା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ନକଲି ଔଷଧ ବିକ୍ରିକୁ ନେଇ ରାଜ୍ୟ ସଂଘ ପକ୍ଷରୁ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ନକଲି ଔଷଧକୁ ନେଇ ସାରା ରାଜ୍ୟରେ ଛାନଭିନ ଜାରି ରହିଥିବା ବେଳେ ଅନଲାଇନ ଔଷଧ ବ୍ୟବସାୟ କାରଣରୁ ଏଭଳି ନକଲି ଔଷଧ ରୋଗୀଙ୍କ ନିକଟରେ ପହଞ୍ଚୁଥିବା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଶନିବାର ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ଔଷଧ ବିକ୍ରେତା ସଂଘର ସ୍ବତନ୍ତ୍ର ବୈଠକରେ ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟୀ ମାନେ ଯୋଗ ଦେଇଥିଲେ । ତେବେ ଗତ ଚାରି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ପ୍ରଶାସନ କଣ୍ଟାମାଳ ଠାରେ ଚଢ଼ାଉ କରି ଦୁଇଟି ବେଆଇନ କ୍ଲିନିକକୁ ସିଲ କରିବା ସହିତ ଅନ୍ୟ କେତୋଟି ଔଷଧ ଦୋକାନ ଉପରେ ଚଢ଼ାଉ କରିଥିଲେ ।

ବୌଦ୍ଧ ଜିଲ୍ଲାରେ ଟେଲମା କମ୍ପାନୀର ନକଲି ଔଷଧ ପହଞ୍ଚି ନଥିବା ବେଳେ ଅନ୍ୟ କେତେକ ଦାମୀ କମ୍ପାନୀର ନକଲି ଔଷଧ ବିକ୍ରି କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏହାଛଡା ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ନାଁରେ କ୍ବାକ ବା ନକଲି ଡାକ୍ତରଙ୍କ ପ୍ରଭାବ ମଧ୍ୟ ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ନକଲି ଔଷଧର କାରବାରକୁ ନେଇ ରାଜ୍ୟ ଔଷଧ ବିକ୍ରେତା ସଂଘ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏଭଳି କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details