ଓଡିଶା

odisha

ଭତ୍ତା କରାଇଦେବା ନାଁରେ ଅର୍ଥ ଆତ୍ମସାତ !

By ETV Bharat Odisha Team

Published : Sep 5, 2023, 7:59 PM IST

ବୌଦ୍ଧ ଜିଲ୍ଲାର କଳାକାରଙ୍କୁ ଭତ୍ତା କରାଇଦେବା ନାଁରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ । ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

boudh artist
boudh artist

boudh artist

ବୌଦ୍ଧ: ଜିଲ୍ଲାର କଳାକାରଙ୍କୁ ଭତ୍ତା କରାଇଦେବା ନାଁରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ । କଳାକାରଙ୍କ ସହାୟତା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରକୃତ ପାରମ୍ପରିକ ଲୋକ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିଥିବା କଳାକାର ଅଲୋଡା ହୋଇ ରହିଯାଇଛନ୍ତି । ସେପଟେ ଜିଲ୍ଲାର ତିନୋଟି ବ୍ଲକ ଓ ଜିଲ୍ଲା କଳାକାର ସଂଘ ପୁନର୍ଗଠନ ହୋଇନଥିବା ନେଇ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

କଳାର ରାଜ୍ୟରେ ଉପେକ୍ଷିତ କଳାକାର । ଓଡ଼ିଶାର ସାଂସ୍କୃତିକ ନାଭି କେନ୍ଦ୍ର ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର କୋଣନୁକୋଣରେ ଲୋକକଳା ଓ ସଂସ୍କୃତିର ଛାପ ସ୍ପଷ୍ଟ ରୂପେ ବାରିହୋଇ ପଡ଼ିଥାଏ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ଲୁପ୍ତପ୍ରାୟ ଲୋକବାଦ୍ୟ ଓ ଲୋକକଳା ଲୋକନୃତ୍ୟ ଭରି ରହିଛି । ସୁଆଙ୍ଗ କଳା ଭାବରେ ପରିଚିତ ଝାଲିଆ ଶବର, ପତର ଶଉରା, ନଚନିଆ, ବଜନିଆ ସହିତ ଲକ୍ଷ୍ମୀପୁରାଣ, ଲୀଳା ନାଟକ, ରସରକେଲି, ଡାଲଖାଇ,ମାଏଲାଜଡ, ଧୁନକେଲୀ ଭଳି ବିଭିନ୍ନ ପାରମ୍ପରିକ ଲୋକ ସଂସ୍କୃତି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ହୋଇ ଆସୁଛି ।ବର୍ତ୍ତମାନ ରାଜ୍ୟ ସରକାର ଏଭଳି ଲୁପ୍ତପ୍ରାୟ ଲୋକକଳା ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳତାକୁ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଲୁପ୍ତପ୍ରାୟ ଲୋକକଳା ମାଧ୍ୟମରେ ସରକାରୀ ଯୋଜନାର ହେବ ପ୍ରଚାର, କଳାକାରଙ୍କୁ ମିଳିବ ରୋଜଗାର

କିନ୍ତୁ ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନର ପାରମ୍ପରିକ ଲୋକକଳା ସହ ଜଡିତ କଳାକାର ମାନେ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କ ନିକଟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଜି (ମଙ୍ଗଳବାର) କଳାକାରମାନେ ଆରଡିସିଙ୍କ ଉପସ୍ଥିତିରେ ସେମାନଙ୍କ ଠାରୁ କଳାକାର ଭତ୍ତା କରାଇଦେବା ନାରେ ବ୍ୟାପକ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ନିକଟରେ । ଏହାଛଡା ଜିଲ୍ଲା ଓ ବ୍ଲକ ସ୍ତରରେ ଦୀର୍ଘ ୧୨ ବର୍ଷ ହେଲା କଳାକାର ସଂଘ ପୁନର୍ଗଠନ ହୋଇନଥିବା ତଥା ନୂତନ କଳାକାରଙ୍କୁ ସାମିଲ କରାଯାଉ ନ ଥିବା କଳାକାର ମାନେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳ ଆଲୋଚନା କରି ଏହାର ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details