ETV Bharat / state

ଲୁପ୍ତପ୍ରାୟ ଲୋକକଳା ମାଧ୍ୟମରେ ସରକାରୀ ଯୋଜନାର ହେବ ପ୍ରଚାର, କଳାକାରଙ୍କୁ ମିଳିବ ରୋଜଗାର

author img

By ETV Bharat Odisha Team

Published : Sep 3, 2023, 6:42 PM IST

Updated : Sep 5, 2023, 10:03 AM IST

ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରକୁ ଲୁପ୍ତ ପ୍ରାୟ ଲୋକକଳା ଦ୍ବାରା କରାଯିବ ପ୍ରଚାର ପ୍ରସାର । ଅଧିକ ପଢନ୍ତୁ

କଳାକାରଙ୍କୁ ମିଳିବ ରୋଜଗାର
କଳାକାରଙ୍କୁ ମିଳିବ ରୋଜଗାର

ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରାଚାର ପ୍ରସାର କରିବେ କଳାକାର

ବୌଦ୍ଧ: ଆରମ୍ଭ ହୋଇଛି ଲୁପ୍ତ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଅଭିଯାନ । ଜିଲ୍ଲାର ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳତାକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ତେବେ ଦୀର୍ଘ ବର୍ଷ ହେଲା ଜିଲ୍ଲାର କଳାକାର ସଂଘର ପ୍ରତିନିଧି ପରିବର୍ତ୍ତନ ହେଉନଥିବାରୁ ଏନେଇ କଳାକାରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।


ଜିଲ୍ଲାର ବିଭିନ୍ନ ସ୍ଥାନରେ ଭରପୁର ଥିବା ଲୋକକଳା ବର୍ତ୍ତମାନ ଅବଲୁପ୍ତର ଦ୍ୱାରଦେଶରେ ଦଣ୍ଡାୟମାନ । ବିଭିନ୍ନ ସମୟରେ ଏଭଳି କଳାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ସ୍ତରରେ କିଛି ଉଦ୍ୟମ କରାଯାଉଛି । ହେଲେ କଳାକାରମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ସରକରୀସ୍ତରରେ ପ୍ରୋତ୍ସାହନ ମିଳିଲେ ଲୁପ୍ତ ପୁନର୍ଜୀବିତ ହୋଇପାରିବ ବୋଲି କଳାକାର ମତପୋଷଣ କରିଛନ୍ତି ।

କଳାକାର କହିଛନ୍ତି ଯେ, ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲ ଲୋକକଳାର ଗନ୍ଥାଘର । ଏଠାରେ ଷୋହଳ ସୁଆଙ୍ଗ ପାରମ୍ପରିକ ଲୋକ ନୃତ୍ୟ ସହିତ ଧୁନକେଲୀ, ବଜନିଆ, ନଚନିଆ, ବାଇଧନ ଭଳି ବିଭିନ୍ନ ପାରମ୍ପରିକ ଲୋକ ସଂସ୍କୃତି ବର୍ତ୍ତମାନ ଅବଲୁପ୍ତ ହୋଇ ଆସୁଛି । ତେଣୁ ସରକାର ଏହାକୁ ସୁରକ୍ଷା ପ୍ରଦାନ କରିବା ସହ କଳାକାରଙ୍କୁ ପ୍ରତ୍ସାହନ ଦେବା ଜରୁରୀ ହୋଇପଡିଛି ।

ଅଧିକ ପଢନ୍ତୁ... ଲୋକ କଳା ମାଧ୍ୟମରେ ସରକାରୀ ଯୋଜନା ପ୍ରଚାର ପ୍ରସାର ହେବ

ଏହିକୁ ନେଇ ବୌଦ୍ଧ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ଲୋକକଳା ମାଧ୍ୟମରେ ପ୍ରଚାରିତ କରାଯିବ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଫଳରେ ଉଭୟ ଲୁପ୍ତପ୍ରାୟ ଲୋକକଳା ର ପୁନରୁଦ୍ଧାର ସହିତ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ପ୍ରତ୍ୟେକ ଗ୍ରାମରେ ପହଞ୍ଚି ପାରିବ ବୋଲି ପ୍ରଶାସନ ଆଶା ପ୍ରକଟ କରିଛି । ଏନେଇ ଶନିବାର ଓ ରବିବାର ଦୁଇ ଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାକାରମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଗ୍ରାମରେ ଏ ସମସ୍ତ କଳାକାରମାନେ ଏଭଳି ପାରମ୍ପରିକ କଳା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

ତେବେ ଗତ ପ୍ରାୟ ବାର ବର୍ଷ ହେଲା ଜିଲ୍ଲାର ବ୍ଲକ କଳାକାର ସଂଘ କିମ୍ବା ଜିଲ୍ଲା କଳାକାର ସଂଘ ପୁନଃ ଗଠନ ହୋଇ ପାରିନାହିଁ । ଫଳରେ କଳାକାରମାନଙ୍କୁ ଉପଯୁକ୍ତ ଭାବରେ ଚିହ୍ନଟ କିମ୍ବା ଉପାନ୍ତ ଅଞ୍ଚଳର କଳାକାରମାନେ ଉପେକ୍ଷିତ ହୋଇ ରହିଥିବା ଅଭିଯୋଗ ହୋଇଛି । ଏପରିକି ଦୀର୍ଘ ବର୍ଷ ହେଲା ଜିଲ୍ଲାର ଜଣେ ସଂସ୍କୃତି ଅଧିକାରୀ ପଦବୀ ଖାଲିପଡ଼ିଛି । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 5, 2023, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.