ଓଡିଶା

odisha

ବୌଦ୍ଧରେ ମଧ୍ୟ SSC ଦୁର୍ନୀତି ଝଡ, CBI ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା

By

Published : Aug 4, 2021, 7:57 AM IST

ଷ୍ଟାଫ ସିଲେକସନ କମିଶନରେ ଦୁର୍ନୀତି ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୌଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ କୁଷପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

ବୌଦ୍ଧରେ ମଧ୍ୟ SSC ଦୂର୍ନୀତି ଝଡ, ମୁଖ୍ୟମନ୍ତ୍ରୀଙ୍କ କୁଷପୁତ୍ତଳିକା ଦାସ ସହ CBI ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା
ବୌଦ୍ଧରେ ମଧ୍ୟ SSC ଦୂର୍ନୀତି ଝଡ, ମୁଖ୍ୟମନ୍ତ୍ରୀଙ୍କ କୁଷପୁତ୍ତଳିକା ଦାସ ସହ CBI ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା

ବୌଦ୍ଧ:ବର୍ତ୍ତମାନ ସମୟର ବହୁ ଚର୍ଚ୍ଚିତ ଷ୍ଟାଫ ସିଲେକସନ କମିଶନରେ ଦୁର୍ନୀତି ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମଙ୍ଗଳବାର ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସଏସସି କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ମୋର୍ଚ୍ଚା ।

ବୌଦ୍ଧରେ ମଧ୍ୟ SSC ଦୂର୍ନୀତି ଝଡ, ମୁଖ୍ୟମନ୍ତ୍ରୀଙ୍କ କୁଷପୁତ୍ତଳିକା ଦାସ ସହ CBI ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା

ବୌଦ୍ଧ ସହରର ରାମେଶ୍ବର ମନ୍ଦିର ଠାରୁ ଏନଏସି ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି, ସମ୍ପାଦକ,ଜିଲ୍ଲା ବିଜେପି ସଭାପତି, ଯୁବ ମୋର୍ଚ୍ଚା ସଭାପତି ଓ ଅନ୍ୟାନ୍ୟ ନେତୃତ୍ୱ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ତେବେ ଏହି ବହୁ ଚର୍ଚ୍ଚିତ ଦୁର୍ନୀତିରେ କେଉଁ ବଡ ବାବୁମାନେ ସାମିଲ ଅଛନ୍ତି ତାର ପର୍ଦ୍ଦାଫାସ ପାଇଁ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details