ଓଡିଶା

odisha

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

By

Published : Nov 23, 2019, 2:45 PM IST

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ଲାଞ୍ଚ କାରବାର ଅଭିଯୋଗ। ଲାଞ୍ଚ ନଦେଲେ ଇସିସି ତାଲିକାରେ ନାମ ଆସୁନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ


ବୌଦ୍ଧ: ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଲାଞ୍ଚ ନ ଦେଲେ ଇସିସି ତାଲିକାରେ ହିତାଧିକାରୀ ନାମ ଅନ୍ତର୍ଭୁକ୍ତ ହେଉନି । ଏକଥା ଆମେ କହୁନୁ କହୁଛନ୍ତି ଜିଲ୍ଲାର ଲକ୍ଷ୍ମୀପ୍ରସାଦ ଅଞ୍ଚଳର କିଛି ହିତାଧିକାରୀ ।

ଗତ କିଛି ଦିନ ପୂର୍ବରୁ ବହିରା ପଞ୍ଚାୟତରେ ଆବାସ ଯୋଜନାରେ ଲାଞ୍ଚ କାରବାର ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି। ହେଲେ ଏହାକୁ ଅସ୍ବୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏପଟେ ଏଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details