ଓଡିଶା

odisha

ଭଦ୍ରକ କେଦାରପୁର ପଞ୍ଚାୟତର ଭୋଟର ତାଲିକାରୁ ବାଦ ପଡିଲେ ୫୪ ନାଗରିକ, ତାତିଲେ ଗ୍ରାମବାସୀ

By

Published : Jan 24, 2022, 8:39 PM IST

ଭୋଟର ତାଲିକାରେ ସାମିଲ ପାଇଁ ଗ୍ରାମବାସୀ ଆମରଣ ଅନଶନ ଚେତାବନୀ ଦେଇଛନ୍ତି । ଗ୍ରାମର 54 ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ

ଚଞ୍ଚକତା କରି ଗ୍ରାମବାସୀଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ତୀବ୍ର ଅସନ୍ତୋଷ
ଚଞ୍ଚକତା କରି ଗ୍ରାମବାସୀଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ତୀବ୍ର ଅସନ୍ତୋଷ

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ଅନ୍ତର୍ଗତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର 54 ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ।

ଚଞ୍ଚକତା କରି ଗ୍ରାମବାସୀଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ତୀବ୍ର ଅସନ୍ତୋଷ

ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ କେଦାରପୁର ଗ୍ରାମ ପଞ୍ଚାୟତର ଏକ ନମ୍ବର ୱାର୍ଡ ରସଳପୁର ଗ୍ରାମର 54 ଜଣ ଭୋଟର ପଞ୍ଚାୟତ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବିଧାନସଭା ଭୋଟର ତାଲିକାରେ ୱାର୍ଡର ସମସ୍ତ ଭୋଟରଙ୍କ ନାମ ଥିବାବେଳେ ଏଥର 2022ରେ ନୂତନକରି ପଞ୍ଚାୟତ ଭୋଟର ତାଲିକାରୁ 54 ଜଣ ଭୋଟର ବାଦ ପଡିଛନ୍ତି। ଚଞ୍ଚକତା କରି ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେସନ ସର୍ବସାଧାରଣରେ ପ୍ରକାଶ ନକରାଇ 54 ଭୋଟରଙ୍କ ନାମକୁ ବାଦ କରି ସେମାନଙ୍କୁ ଭୋଟ ଦେବାକୁ ବଂଚିତ କରାଯାଇଛି। ଯାହା ଚୂଡାନ୍ତ ତାଲିକା ପ୍ରକାଶନରୁ ଜାଣିବାକୁ ପାଇଥିଲେ।

ଫଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାରୁ ବଂଚିତ ହୋଇଛନ୍ତି ଏହି 54 ଜଣ ଗ୍ରାମବାସୀ। ଏନେଇ ଜିଲ୍ଲାପାଳ, ଭଦ୍ରକ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି ଗ୍ରାମବାସୀ। ଯଦି ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ମାମଲା ଉପରେ ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଗ୍ରାମବାସୀ ଆନ୍ଦୋଳନତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details