ଓଡିଶା

odisha

ତିହିଡି ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

By

Published : Dec 21, 2019, 7:42 PM IST

ତିହିଡିର ହତ୍ୟାକାଣ୍ଡ ଅଭିଯୁକ୍ତ ଗିରଫ। ନିଜ ବନ୍ଧୁ ହିଁ ସାଜିଥିଲା ହତ୍ୟାକାରୀ । ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଯିବା ପରେ ଧରାପଡିଛି ଅଭିଯୁକ୍ତ।

murder accused arrested in bhadrak
ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ଗିରଫ। ମୃତକ ରତ୍ନାକରର ସାଙ୍ଗ ଅଣବିନ୍ଦ ମହାନ୍ତି ହିଁ ହତ୍ୟାକାରୀ। ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବା ପରେ ଶେଷରେ ପୁଲିସକୁ ଏହି ହତ୍ୟାକାଣ୍ଡ ଘଟଣାରେ ମିଳିଛି ସଫଳତା।

ତିହିଡି ହତ୍ୟାକାଣ୍ଡ ଅଭିଯୁକ୍ତ ଗିରଫ

ଭଦ୍ରକ ଜିଲ୍ଲା ତିହିଡି ଥାନା ଅର୍ନ୍ତଗତ ଜାମଜୋଡି ପଞ୍ଚାୟତ ଅମୃତପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପୁଅ ରତ୍ନାକର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ତିହିଡ଼ି ପୋଲିସ। ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details