ଓଡିଶା

odisha

ବରଗଡ ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

By

Published : Jul 2, 2020, 4:27 PM IST

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧିକ୍ଷକ ମକ୍ରଧ୍ବଜ ବରଗେଙ୍କ ବାସଭବନ ସମେତ 8ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ...

Vigilance raid on Bargarh evacuation superintendent's house
ବରଗଡ ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧିକ୍ଷକ ମକ୍ରଧ୍ବଜ ବରଗେଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ । ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

ବରଗଡ ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଗତ ୬ ମାସ ତଳେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏହି ଚଢାଉ କରାଯାଇଛି । ଏଥିପାଇଁ ସମ୍ବଲପୁର ଭିଜିଲାନ୍ସ ବିଭାଗର ନେତୃତ୍ବରେ ସମୁଦାୟ ୮ଟି ଟିମ ଗଠନ କରାଯାଇଛି । ସୂଚନାନୁସାରେ, ମକ୍ରଧ୍ବଜଙ୍କ ବରଗଡ ଅବକାରୀ ଅଫିସ, ବରଗଡ଼ ସରସ୍ବତୀ ଏନକ୍ଲେଭରେ ଥିବା ତାଙ୍କର ଅସ୍ଥାୟୀ ଭଡ଼ା ଘର, ସମ୍ବଲପୁର ସ୍ଥିତ ତାଙ୍କର ବାସଭବନ, ବରପାଲି ଠାରେ ଥିବା ତାଙ୍କ ପୁଅର ଭଡ଼ା ଘରେ, ବୁର୍ଲା ସ୍ଥିତ ଘରେ, ବଲାଙ୍ଗୀର ସ୍ଥିତ ତାଙ୍କ ନିଜ ଘର ଯାହାକୁ ବର୍ତ୍ତମାନ ସେ ଭଡାରେ ଦେଇଛନ୍ତି । ଏଥିସହ ସୋନପୁର ଜିଲ୍ଲା ରାମପୁର ସ୍ଥିତ ପୈତୃକ ଘରେ ଏବଂ ଡୁଙ୍ଗୁରିପାଲି ସ୍ଥିତ ଗେସ ଗୋଦାମ ଏହିପରି ଭାବେ ସମୁଦାୟ 8ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

ମଦ୍ରଧ୍ବଜ ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଆଦାୟ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରି ତଦନ୍ତ ଜାରି ରଖିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details