ଓଡିଶା

odisha

ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

By

Published : Dec 24, 2019, 9:18 PM IST

ବରଗଡ ପଦ୍ମପୁର ଉପଖଣ୍ଡରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ପରିସ୍ଥିତି ଦେଖିଲେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

woman dead body found from jungle
ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବରଗଡ: ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଅର୍ଦ୍ଧନଗ୍ନ ଓ କ୍ଷତ ବିକ୍ଷତ ଅବସ୍ଥାରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଦେଖିଲେ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି । ସେପଟେ, ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ଶୌଚ ହେବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଏନେଇ ଗତକାଲି ପରିବାର ଲୋକେ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି(ମଙ୍ଗଳବାର) ସକାଳୁ ଗାଁର କିଛି ଲୋକେ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବାବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details