ଓଡିଶା

odisha

ବରଗଡରେ ପୁଣି ହତ୍ୟାକାଣ୍ଡ, ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ

By

Published : Jun 20, 2020, 3:26 PM IST

ଗୋଟିଏ ହତ୍ୟାକାଣ୍ଡକୁ 10 ଦିନ ନପୁରୁଣୁ ଗଡିଲା ଆଉ ଏକ ମୁଣ୍ଡ । ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁବତୀଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରାଯାଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ...

ବରଗଡରେ ପୁଣି ହତ୍ୟାକାଣ୍ଡ, ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବରଗଡରେ ପୁଣି ହତ୍ୟାକାଣ୍ଡ, ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରେ ପୁଣି ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଶରୀରରୁ ମୁଣ୍ଡଟି କଟି ଅଲଗା ହୋଇପଡିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ତେବେ ପାଇକମାଳ ଅଞ୍ଚଳରେ ଗତ 10 ଦିନ ମଧ୍ୟରେ ଏହା ଦ୍ବିତୀୟ ହତ୍ୟାକାଣ୍ଡ । ଗୋଟିଏ ହତ୍ୟାକାଣ୍ଡ ଘଟଣାରେ ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏବେ ଆଉ ଗୋଟେ ମୃତଦେହ ମିଳିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ବରଗଡରେ ପୁଣି ହତ୍ୟାକାଣ୍ଡ, ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଛେଳିଆମାଳ ଜଙ୍ଗଲରୁ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ପୁଣି ଶନିବାର ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶବ ମିଳିଛି । ଖବର ପାଇବା ପରେ ପାଇକମାଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥି ଏହି ଘଟଣାର ଯାଞ୍ଚ କରିଥିଲେ । ଯାଞ୍ଚରୁ ଜଣାପଡିଛିଯେ, ମୃତ ମହିଳା ଜଣକ ସେହି ଛେଳିଆପାଳି ଗ୍ରାମର 20 ବର୍ଷର ତପସ୍ୱିନୀ ନାୟକ ।

ବରଗଡରେ ପୁଣି ହତ୍ୟାକାଣ୍ଡ, ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରାଯାଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ । ତେବେ କିଏ ଏବଂ କେଉଁ କାରଣରୁ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । 10 ଦିନ ଭିତରେ ପୋଲିସ ନାକ ତଳେ ଗୋଟିଏ ଗ୍ରାମର ଦୁଇ ଦୁଇ ଜଣ ମହିଳାଙ୍କର ହତ୍ୟା ଘଟଣାରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details