ବରଗଡ଼: ହତ୍ୟାକାଣ୍ଡ ପରେ ହତ୍ୟାକାରୀକୁ ଧରିଲା ପୋଲିସ । ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଡି଼ଦେଲେ ହତ୍ୟାକାରୀର ହୋଟେଲ । ମୃତକ ହେଉଛନ୍ତି ଟୁକୁଲ୍ଲା ଗ୍ରାମର ରାମଚନ୍ଦ୍ର ଭୋଇ । ରାମଚନ୍ଦ୍ର ଭୋଇଙ୍କୁ ହତ୍ୟା କରିଥିବା ନେଇ ଆର୍ତ୍ତତ୍ରାଣ ବନଛୋର ପୋଲିସ ନିକଟରେ ସ୍ବୀକାର କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଟୁକୁଲ୍ଲା ଗ୍ରାମର ରାମଚନ୍ଦ୍ର ଭୋଇ ନାମକ ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହ ଏନେଇ ଭଟଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟୁକୁଲ୍ଲା ଗ୍ରାମର ଆର୍ତ୍ତତ୍ରାଣ ବନଛୋର ନାମକ ବ୍ୟକ୍ତିକୁ ପୋଲିସ ଥାନାକୁ ନେଇ ପଚରା ଉଚରା କରିବା ପରେ ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି ସମୟରେ ଆର୍ତ୍ତତ୍ରାଣ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା ।